Latest Odisha News

BREAKING NEWS

‘ସ୍ନେହା ସମ୍ପୂର୍ଣ୍ଣା’ର ପ୍ରଥମ ହସ୍ତତନ୍ତ ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ବର  :  ସମାଜସେବୀ ତଥା ସ୍ତମ୍ବକାର ପ୍ରୀତିଛନ୍ଦା ଧଳ, ସାହିତ୍ୟିକା ବନ୍ଦନା ପଣ୍ଡା ଓ ସମାଜସେବୀ ସଂଘମିତ୍ରା ପାଢ଼ୀଙ୍କ ମିଳିତ ଉଦ୍ୟମରେ ଓଡ଼ିଶାର ମହିଳା ବୁଣାକାରଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏକ ହସ୍ତତନ୍ତ ପ୍ରଦର୍ଶନୀ ‘ସ୍ନେହା ସମ୍ପୂର୍ଣ୍ଣା’ ସ୍ଥାନୀୟ ମହାବୋଧି ସୋସାଇଟିର ବୁଦ୍ଧ ମନ୍ଦିର ପରିସରରେ ଉଦଘାଟିତ ହୋଇଯାଇଛି।

ସୁପ୍ରିୟା ପଣ୍ଡାଙ୍କ ସଂଯୋଜନାରେ ଆଯୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି , ଭୁବନେଶ୍ବର ମେୟର ସୁଲୋଚନା ଦାସ ସମ୍ମାନିତ ଅତିଥି ଏବଂ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ମିଶନ ଶକ୍ତି ପରାମର୍ଶ ଦାତା ଲୋପାମୁଦ୍ରା ବକ୍ସିପାତ୍ର ଏବଂ ସମାଜସେବୀ ନମ୍ରତା ଚଢ଼ା ସ୍ଵତନ୍ତ୍ର ଅତିଥି ଭାବରେ ଯୋଗଦେଇ ‘ସ୍ନେହା ସମ୍ପୂର୍ଣ୍ଣା’ର ୱେବସାଇଟ କୁ ଉନ୍ମୋଚନ କରିବା ସହ ଆୟୋଜିତ ପ୍ରଦର୍ଶନୀକୁ ବିଧିବଦ୍ଧ ଭାବରେ ଉଦଘାଟନ କରିଥିଲେ। ଓଡ଼ିଶାର ହସ୍ତତନ୍ତକୁ ନେଇ ବିଶେଷ ଭାବରେ ମହିଳା ବୁଣାକାରମାନଙ୍କୁ ନେଇ ତିନିଜଣ ମହିଳା ଉଦ୍ୟୋଗୀଙ୍କ ପ୍ରୟାସ ନିଶ୍ଚିତ ଭାବରେ ପ୍ରଶଂସା ଯୋଗ୍ୟ ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ।

ଏହି ଅବସରରେ ପ୍ରୀତିଜ୍ୟୋତ୍ସ୍ନା ଦେଓଙ୍କ ସଂଯୋଜନାରେ  ଓଡ଼ିଶୀ ନୃତ୍ୟ ଶିଳ୍ପୀ ସୁଜାତା ମହାପାତ୍ର, ଲେଖିକା ପ୍ରୀତି ରାୟ, ସମାଜସେବୀ ସ୍ନେହା ମିଶ୍ର, ସମାଜସେବୀ ମୀରା ପରିଡ଼ା ଏବଂ ‘ସ୍ନେହା ସମ୍ପୂର୍ଣ୍ଣା’ର ପ୍ରତିଷ୍ଠାତ୍ରୀ ପ୍ରୀତିଛନ୍ଦା ଧଳଙ୍କୁ ନେଇ “ସୁତାର କାରିଗରୀ ସୁନାର ଓଡ଼ିଶା” ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ରୀତି ନୀତି ସହ ହସ୍ତତନ୍ତ କିପରି ଭାବରେ ଜଡ଼ିତ ଓ ସେଦିଗରେ ମହିଳା ବୁଣାକାରମାନଙ୍କ ଅବଦାନ ବିଷୟରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ‘ସ୍ନେହା ସମ୍ପୂର୍ଣ୍ଣା’ ଦ୍ୱାରା ଆଯୋଜିତ ହସ୍ତତନ୍ତ ଶାଢ଼ି ପ୍ରଦର୍ଶନୀକୁ ବୁଲି ଦେଖିବା ସହ ହସ୍ତତନ୍ତ ଶାଢ଼ି କିଣିଥିଲେ ।

Leave A Reply

Your email address will not be published.