Latest Odisha News

ଛଟ୍ ପୂଜା ଲାଗି ପାଟଣା, ହଟିୟା ଓ ଭାଗଲପୁରକୁ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ବିହାରରେ ଛଟ୍ ପୂଜାକୁ ଲକ୍ଷ୍ୟ ରଖି ରେଳଯାତ୍ରୀମାନଙ୍କ ସୁବିଧାନ ପାଇଁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି । ଏହି ସ୍ୱତନ୍ତ୍ର ଟ୍ରେନ ଗୁଡ଼ିକ ପୁରୀରୁ ପାଟଣା, ହଟିୟା ଏବଂ ଭାଗଲପୁରକୁ ଚଳାଚଳ କରିବ ।

ପୁରୀରୁ ସ୍ୱତନ୍ତ୍ର ଟ୍ରେନ ୩୦.୧୦.୨୦୧୯ (ବୁଧବାର) ଦିନ ଏବଂ ହଟିୟାରୁ ୩୧.୧୦.୨୦୧୯ (ଗୁରୁବାର) ଦିନ ଚଳାଚଳ କରିବ ।

ଛଟ ପୂଜା ଯାତ୍ରୀଭିଡ଼କୁ ଏଡ଼ାଇବାପାଇଁ ସ୍ୱତନ୍ତ୍ର ଟ୍ରେନ:

ହଟିୟାକୁ ଯିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ ପୁରୀରୁ ଅପରାହ୍ନ ୧ଘ.୩୦ମି.ରେ ଛାଡି ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁରସିଟି, ଝାରସୁଗୁଡା, ରାଉରକେଲା ମାର୍ଗଦେଇ ଯାତ୍ରା କରିବ I ଫେରିବା ପଥରେ ଏହି ଟ୍ରେନ ହଟିୟାଠାରୁ ଗୁରୁବାର ପୂର୍ବାହ୍ନ ୯ ଘଟିକାରେ ଛାଡି ପୁରୀ ଯାତ୍ରା କରିବ ।

ଏହି ସ୍ୱତନ୍ତ୍ର ଟ୍ରେନ ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ଼/ରାଉରକେଲା ଅଞ୍ଚଳର ଯାତ୍ରୀମାନଙ୍କୁ ସହାୟତା ଯୋଗାଇଦେବ ।

ଏହି ଟ୍ରେନରେ ଗୋଟିଏ ଏସି-୨ ଟାୟାର, ୦୩ଟି ଏସି-୩ ଟାୟାର, ୧୦ଟି ସ୍ଲିପର କ୍ଲାସ, ୦୪ଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ଉପଲବ୍ଧ ଅଛି । ଯାତ୍ରୀମାନେ ରେଳବାଇ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ ଓ ବୁକିଂ କାଉଣ୍ଟର ଏବଂ ମୋବାଇଲ ଓ ଆଇଆରସିଟିସି ୱେବସାଇଟ ରୁ ଟିକେଟ ବୁକ କରିପାରିବେ ।

ଏହା ବ୍ୟତୀତ, ପୂର୍ବତଟ ରେଳପଥ ପକ୍ଷରୁ ପୁରୀ ଠାରୁ ପାଟନା ଓ ଭାଗଲପୁରକୁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଅଛି ।

୦୮୪୨୩/୧୮୪୨୪ ପୁରୀ-ପାଟନା-ପୁରୀ ସ୍ୱତନ୍ତ୍ର ଟ୍ରେନ ପୁରୀ ଠାରୁ ଅକ୍ଟୋବର ୨୬ ଓ ନଭେମ୍ବର ୨ ତାରିଖ (ଶନିବାର) ପୂର୍ବାହ୍ନ ୯ଘ.୨୫ମି.ରେ ଛାଡି ପାଟନା ଠାରେ ତା ପରଦିନ ସକାଳ ୬ଘ.୧୫ମି.ରେ ପହଁଚୁଛି । ଫେରିବା ପଥରେ ଏହି ଟ୍ରେନ ପାଟନା ଠାରୁ ଅକ୍ଟୋବର ୨୭ ଓ ନଭେମ୍ବର ୩ ତାରିଖ ଅପରାହ୍ନ ୧ଘ.୪୫ମି.ରେ ଛାଡି ପୁରୀ ଠାରେ ତା ପରଦିନ ପୂର୍ବାହ୍ନ ୯ଘ.୪୫ମି.ରେ ପହଁଚୁଛି ।

୦୮୪୨୫/୧୮୪୨୬ ପୁରୀ-ଭାଗଲପୁର-ପୁରୀ ସ୍ୱତନ୍ତ୍ର ଟ୍ରେନ ପୁରୀ ଠାରୁ ଅକ୍ଟୋବର ୩୦ ଓ ନଭେମ୍ବର ୬ ତାରିଖ (ବୁଧବାର) ପୂର୍ବାହ୍ନ ୧୦ଘ.୩୦ମି.ରେ ଛାଡି ଭାଗଲପୁର ଠାରେ ତା ପରଦିନ ସକାଳ ୭ଘଟିକାରେ ପହଁଚୁଛି । ଫେରିବା ପଥରେ ଏହି ଟ୍ରେନ ଭାଗଲପୁର ଠାରୁ ଅକ୍ଟୋବର ୩୧ ଓ ନଭେମ୍ବର ୭ ତାରିଖ ସକାଳ ୮ଘ.୩୦ମି.ରେ ଛାଡି ପୁରୀ ଠାରେ ତା ପରଦିନ ସକାଳ ୬ଘ.୪୫ମି.ରେ ପହଁଚୁଛି ।

ଏହି ଟ୍ରେନ ଦ୍ୱୟରେ ପ୍ରତ୍ୟକରେ ୯ଟି ସ୍ଲିପର କ୍ଲାସ, ୫ଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଓ ୨ଟି ଗାର୍ଡ ତଥା ଲଗେଜ ଭ୍ୟାନ ଉପଲବ୍ଧ ଥିବାବେଳେ ଏହା ପୁରୀ ଓ ପାଟନା/ଭାଗଲପୁର ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ ।

Leave A Reply

Your email address will not be published.