Latest Odisha News

BREAKING NEWS

‘ରୋମ୍ ଫିଲ୍ମ ଫେଷ୍ଟ’ରେ ପ୍ରଦର୍ଶିତ ହେଲା ନୀଳମାଧବ ପଣ୍ଡାଙ୍କ ‘ମେଘାଜ୍‌ ଡିଭୋର୍ସ’

ଭୁବନେଶ୍ବର: ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଶଂସିତ ଚଳଚ୍ଚିତ୍ର ନିର୍ମାତା ଓଡ଼ିଆ ପୁଅ ନୀଳମାଧବ ପଣ୍ଡାଙ୍କ ନିର୍ମିତ ଚଳଚ୍ଚିତ୍ର ‘ମେଘାଜ୍‌ ଡିଭୋର୍ସ’ ରୋମ୍‌ର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଛି।

ଏହି ଚଳଚ୍ଚିତ୍ରଟି ଦିଲ୍ଲୀର ଅତ୍ୟଧିକ ବାୟୁ ପ୍ରଦୂଷଣର ପୃଷ୍ଟଭୂମୀ ବିରୋଧରେ ନିର୍ମାଣ କରାଯାଇଛି । ସିନେମାଟି ନୀଳମାଧବଙ୍କ ବ୍ୟକ୍ତିଗତ ଅନୁଭୁତି ସହ ‘ସହରର ବିଷାକ୍ତ ବାୟୁର ପ୍ରଭାବ ପାରିବାରିକ ସମ୍ବନ୍ଧ ଉପରେ ପ୍ରଭାବ’ ଉପରେ ଆଧାରିତ । ଏହା ଏକ ବାସ୍ତବିକ କାହାଣୀ ଉପରେ ଆଧାରିତ ।

“ମୁଁ ରୋମ୍‌ରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଅଂଶଗ୍ରହଣ କରି ଗର୍ବିତ। ଆମ ପରିବେଶ ସମସ୍ୟା ସମ୍ପର୍କରେ ଏକ ଗଳ୍ପ ଉପସ୍ଥାପନା କରିବାର ଏହା ଏକ ନିଆରା ଶୈଳୀ । ଏହି ଚଳଚ୍ଚିତ୍ର ଖୁବଶୀଘ୍ର ଭାରତରେ ପ୍ରଦର୍ଶିତ ହେବ” ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଏହି ଉତ୍ସବରେ ୧୧ଟି ଦେଶର ଚଳଚ୍ଚିତ୍ର ନିର୍ମାତା ପାଣିପାଗ ପରିବର୍ତନର ପ୍ରଭାବ ସମ୍ପର୍କରେ ସଚେତନତାଧର୍ମୀ ଚଳଚ୍ଚିତ୍ର ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.