Latest Odisha News

BREAKING NEWS

ଶିଳ୍ପାଞ୍ଚଳର ପିଏଫ୍ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ରାଉରକେଲା: ରାଉରକେଲା ସହରରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଫଳରେ ସହରର ଅନ୍ୟ ଏକ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ । ସହରର ଶିଳ୍ପାଞ୍ଚଳରେ ଥିବା ପିଏଫ୍ କଲୋନୀକୁ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ।

ଉକ୍ତ ଅଞ୍ଚଳରୁ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ପରେ ପ୍ରଶାସନ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । କଣ୍ଟ୍ରାକ୍ଟ ଟ୍ରେସିଂ ଚାଲିଥିବା ବେଳେ ପିଏଫ୍ କଲୋନୀରୁ ବାହାରକୁ କେହି ବାହାରି ପାରିବେ ନାହିଁ ଏବଂ କାହାରିକୁ ଭିତରକୁ ଯିବା ଲାଗି ବାରଣ କରାଯାଇଛି ।

ପିଏଫ୍ କଲୋନୀରେ ବସବାସ କରୁଥିବା ସମସ୍ତ ନାଗରିକ ଘରେ ରହିବେ । ଏନେଇ ପ୍ରଶାସନ କଡ଼ା ନିର୍ଦ୍ଦେଶନାମା ଜାରି କରିଛି । ରାଉରକେଲା ମ୍ୟୁନିସିପାଲଟି ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ସାମଗ୍ରୀ ଓ ଔଷଧ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.