Latest Odisha News

BREAKING NEWS

ଶଙ୍ଖ ଭବନକୁ ସୂର୍ଯ୍ୟ ପାତ୍ରଙ୍କ ମର ଶରୀର ନଯିବା ନେଇ ଭିନ୍ନ ଚର୍ଚ୍ଚା, ଜବାବ ରଖିଲେ ଦଳୀୟ ନେତା

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମରଶରୀରକୁ ରାଜଧାନୀ ଭୁବନେଶ୍ୱରରେ ଥିବା ବିଜେଡିର ମୁଖ୍ୟାଳୟ ନବନିର୍ମିତ ‘ଶଙ୍ଖ ଭବନ’କୁ ନିଆନଯିବା ପରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

ରବିବାର ଦିଗପହଣ୍ଡିରେ ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ ସମସ୍ତେ ଯେପରି ଶେଷ ଦର୍ଶନ କରିପାରିବେ ସେଥିପାଇଁ ପାତ୍ରଙ୍କ ମରଶରୀରକୁ ଓଡ଼ିଶା ବିଧାନସଭା ପରିସର ଓ ଶଙ୍ଖ ଭବନକୁ ନିଆଯିବ ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଆମ୍ବୁଲାନ୍ସଟି ଶଙ୍ଖ ଭବନଠାରୁ କିଛି ଦୂରରେ ଥିବା ଏକ କ୍ୱାର୍ଟରରେ ଅଟକି ଯାଇଥିଲା, ଯେଉଁଠି ବିଜେଡି ନେତା ଓ ଅନ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଯାହାକୁ ନେଇ ଏବେ ବିଭିନ୍ନ ମତ ପ୍ରକାଶ ପାଇଛି। ଶନିବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିଲା ବିଧାୟକଙ୍କର। ସେ ବିଜେଡିର ଜଣେ ବରିଷ୍ଠ ନେତା ଏବଂ ୭ ଥର ବିଧାୟକ ରହିସାରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡ଼ି ସରକାରରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ। ଦଳ ପ୍ରତି ଅତୁଳନୀୟ ଅବଦାନ ସତ୍ତ୍ୱେ ଦବିଂଗତ ବିଧାୟକଙ୍କୁ ଶଙ୍ଖ ଭବନରେ ନପୁରାଇବାକୁ ନେଇ ବିବାଦ ଦେଖାଦେଇଛି।

ତେବେ ମିଳିଥିବା ସୂଚନା ଅନୁସାରେ ବାସ୍ତୁ ଅନୁସାରେ ଶଙ୍ଖ ଭବନ ନିର୍ମାଣ କରାଯାଇଥିବା ବେଳେ ଆମିଷ ଖାଦ୍ୟ ଓ ଶବ ନେବା ଉପରେ କଟକଣା ରହିଛି ବୋଲି ଚର୍ଚ୍ଚା ହେଉଛି। ଯେଉଁଥିପାଇଁ ଦିବଂଗତ ବିଧାୟକଙ୍କ ମରଶରୀରକୁ ସେଠାକୁ ନିଆଯାଇନଥିବା ବେଳେ ନିକଟରେ ଥିବା ଏକ କ୍ୱାର୍ଟସରେ ବିଜେଡି ନେତା ଓ ଅନ୍ୟମାନେ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା।

ତେବେ ଗଞ୍ଜାମ ଜିଲ୍ଲାର ବିଜେଡି ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ କହିଛନ୍ତି, ଯେଉଁ ଚର୍ଚ୍ଚା ହେଉଛି ତାର କୌଣସି ସତ୍ୟତା ନାହିଁ। ଗାଡିରୁ ଶବ ବାହାର କରି ଭିତରକୁ ନେବା କଷ୍ଟକର ଥିଲା। ଏଥିସହ ବିଭିନ୍ନ ସ୍ଥାନକୁ ପ୍ରାର୍ଥୀବ ଶରୀର ଯିବାର ଥିଲା ଯେଉଁ ସ୍ଥାନରେ ପ୍ରାର୍ଥୀବ ଶରୀରକୁ ରଖାଯାଇଥିଲା ତାହା ମଧ୍ୟ ଶଙ୍ଖ ଭବନ ପରିସରରେ ଆସୁଛି। ଦଳର ସାଙ୍ଗଠନିକ ସମ୍ପାଦକଙ୍କ ଠାରୁ ନେତା ଓ ମନ୍ତ୍ରୀ ସମସ୍ତେ ଅନ୍ତିମ ଦର୍ଶନ କରିଛନ୍ତି। ଶଙ୍ଖ ଭବନ ଭିତରକୁ ପ୍ରାର୍ଥୀବ ଶରୀର ଯିବ ନାହିଁ ବୋଲି କୌଣସି ନିଷ୍ପତ୍ତି ହୋଇନି ବା ନାହିଁ।

Leave A Reply

Your email address will not be published.