Latest Odisha News

BREAKING NEWS

ରାମ ମନ୍ଦିର ପାଇଁ ଏକାଠି ହେବେ ମୋଦି ଯୋଗୀ !

ଭୁବନେଶ୍ୱର: ଦେଶରେ ଆଗୁଆ ନିର୍ବାଚନ ଚର୍ଚ୍ଚା ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ। ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ପାଞ୍ଚ ତାରିଖରେ ସେ ମୋଦିଙ୍କୁ ସାକ୍ଷାତ କରିବେ।

ଅଯୋଧ୍ୟାରେ ହେଉଥିବା ରାମ ମନ୍ଦିର ଉଦଘାଟନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସେ ମୋଦିଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଛି। ଆଗକୁ ନିର୍ବାଚନ ଥିବାବେଳେ ତା ପୂର୍ବରୁ ରାମ ମନ୍ଦିର ପ୍ରତିଷ୍ଠା ହେବ।

ଏହାକୁ ଦମଦାର ଢଙ୍ଗରେ କରିବା ପାଇଁ ବିଜେପି ସମସ୍ତ ପ୍ରସ୍ତୁତି କରୁଛି। ଏପରିକି ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ମନ୍ଦିର ପ୍ରତିଷ୍ଠା ହେବ। ଆସନ୍ତା ବର୍ଷ ଜାନୁୟାରୀ ମାସରେ ମନ୍ଦିର ଉଦଘାଟନ ହେବ।

ଜାନୁୟାରୀ ୧୪ ତାରିଖ ମକର ସଂକ୍ରାନ୍ତି ପରେ ରାମମନ୍ଦିର ପ୍ରତିଷ୍ଠା ହେବ। ଯେଉଁଥିପାଇଁ ଟ୍ରଷ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ମଧ୍ୟ ଦିଆଯାଇଛି।

ତେଣୁ ରାମମନ୍ଦିର ପ୍ରତିଷ୍ଠା ଓ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଯୋଗୀ ଆଦିତ୍ୟନାଥ ମୋଦିଙ୍କୁ ଅବଗତ କରାଇବେ ବୋଲି କୁହାଯାଉଛି। ଏପରିକି ମନ୍ଦିର ଉଦଘାଟନ ତାରିଖ ସ୍ଥିର କରିବାକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇପାରେ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ରାମନ୍ଦିରରେ ରାମଙ୍କ ପ୍ରାଣପ୍ରତିଷ୍ଠାର ସପ୍ତାହେ ପୁର୍ବରୁ ଦେଶ ସାରା ବିଭିନ୍ନ ବଡ଼ ମନ୍ଦିରରେ ପୂଜାର୍ଚ୍ଚନା ଆରମ୍ଭ ହେବ। ଅଧିକରୁ ଅଧିକ ଲୋକ କିଭଳି କାର୍ଯ୍ୟକ୍ରମରେ ଯୋଡି ହେବେ ସେଥିପାଇଁ ବିଭିନ୍ନ ସ୍ଥାନରେ ଏଲଇଡି ଲଗାଯିବ।

ଉଦଘାଟନ କାର୍ଯ୍ୟକ୍ରମର ଲାଇଭ ମଧ୍ୟ କରାଯିବ। ଏପିରିକି ଘର ଘର ଲଡୁ ବଣ୍ଟା ଯିବାର କାର୍ଯ୍ୟକ୍ରମ ରହିଛି। ଦେଶବ୍ୟାପୀ ସାଧୁ ସନ୍ଥଙ୍କୁ କାର୍ଯ୍ୟକ୍ରମରେ ସାମିଲ କରାଯିବା ସହ ଏଥିରେ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଯିବାର ଯୋଜନା ହୋଇଛି।

ତେଣୁ ଏହାକୁ ସଫଳ କରିବା ପାଇଁ ଯୋଗୀ ମୋଦୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ବୋଲି କୁହାଯାଉଛି। ସେପଟେ ଆଗକୁ ନିର୍ବାଚନ ଥିବାବେଳେ ତା ପୂର୍ବରୁ ରାମ ମନ୍ଦିର ପ୍ରତିଷ୍ଠା କରି ଦେଶବ୍ୟାପୀ ଏକ ବଡ଼ ବାତାବରଣ ତିଆରି କରିବାକୁ ବିଜେପି ବଡ଼ ଯୋଜନା କରୁଛି ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.