Latest Odisha News

BREAKING NEWS

ମହାମାରୀର ରୂପ ନେଉଛି କରୋନା: ଚୀନରେ ୧୬୦୦ ଡେଇଁଲା ମୃତ୍ୟୁସଂଖ୍ୟା

ନୂଆଦିଲୀ: ଦିନକୁ ଦିନ ଭୟଙ୍କର ହୋଇ ଚାଲିଛି ମାରାତ୍ମକ କରୋନା ଭାଇରସ । ଧୀରେଧିରେ ଏହା ମହାମାରୀର ରୂପ ନେଉଛି । ଏହି ମାରାତ୍ମକ ଭୁତାଣୁ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୧୬୬୦ରେ ପହଞ୍ଚିଛି ।

ଏହି ଭାଇରସର ଉତ୍ପତ୍ତି ସ୍ଥଳ ଚୀନର ହୁବେଇ ସହରରେ ଗତ ୨୪ ଘଣ୍ଟାରେ ୧୩୯ ଜଣ ପ୍ରାଣ ହରାଇଥିବା ଜଣାପଡିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଭାଇରସର ଉତ୍ପତ୍ତି ସ୍ଥଳ ଚୀନର ହୁବେଇ ସହରରେ ଗତ ୨୪ ଘଣ୍ଟାରେ ୧୩୯ ଜଣ ପ୍ରାଣ ହରାଇଥିବା ବେଳେ ପାଖାପାଖି ୨,୦୦୯ ଜଣ ବ୍ୟକ୍ତି ନୂଆ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଛି ।

ଏହି ଭାଇରସରେ ଚୀନରେ ପାଖାପାଖି ୬୮ ହଜାରରୁ ଅଧିକ ଲୋକ ଏପର୍ଯ୍ୟନ୍ତ ଆକ୍ରାନ୍ତ ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ।

ଚୀନର ଶିକ୍ଷା ମନ୍ତ୍ରୀ ଦେଇଥିବା ସୁଚନା ଅନୁଯାୟୀ, ଚୀନର ସମସ୍ତ ବିଦ୍ୟାଳୟକୁ ୧ ମାସ ଯାଏଁ ଛୁଟି ଘୋଷଣା କରାଯାଇଛି । ଅନ୍ୟପକ୍ଷରେ ଚୀନର ରାଷ୍ଟ୍ରପତି ଦେଇଥିବା ସୁଚନା ଅନୁସାରେ, ଏହି ମାରାତ୍ମକ ଭାଇରସର ମୁକବିଲା ପାଇଁ ୨୦, ୦୦୦ ଡାକ୍ତରୀ ଦଳ ଚେଷ୍ଟା ଜାରି ରଖିଛନ୍ତି ।

କରୋନା ଭୟରେ ଭାରତ ସମେତ ଅନେକ ଦେଶ ଚୀନ ସହ ବାଣିଜ୍ୟିକ କାରବାରରେ ବ୍ୟାହତ ଘଟିଛି ।

ଏହାର ସିଧାସଳଖ ପ୍ରଭାବ ରାଜଧାନୀ ଦିଲ୍ଲୀର ସଦର ବଜାରରେ ଥିବା ଖେଳନା ମାର୍କେଟ ସମେତ ଅନେକ ବ୍ୟବସାୟ ଉପରେ ପଡ଼ିଛି । ତେବେ ଏହି ମାର୍କେଟରେ ଚାଇନା ଖେଳନା ଜିନିଷ ହୋଲସେଲ ଦାମରେ ମିଲୁଥିବା ବେଳେ ହେଲେ ଏବେ ବଜାରରେ ଚୀନ ଖେଳନାକୁ ବ୍ୟାନ୍ କରାଯାଇଛି । ଫଳରେ ଖେଳନା ବଜାର ପୁରା ଖାଲି ପଡିଛି ।

Leave A Reply

Your email address will not be published.