Latest Odisha News

BREAKING NEWS

କ୍ରୀଡ଼ା ସ୍ତମ୍ଭକାର ଅଶୋକ ମହାନ୍ତିଙ୍କ ପରଲୋକ 

ଭୁବନେଶ୍ଵର: ପୂର୍ବତନ ଖେଳାଳି, ବିଶିଷ୍ଟ କ୍ରୀଡ଼ା ପ୍ରଶାସକ ତଥା କ୍ରୀଡ଼ା ସ୍ତମ୍ଭକାର ଅଶୋକ ମହାନ୍ତିଙ୍କ ଶନିବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା।

ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବେଳେ ଶନିବାର ଶେଷନିଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କର ପତ୍ନୀ, ପୁଅ ଓ ଝିଅ ରହିଛନ୍ତି। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗରୁ ସହକାରୀ ନିର୍ଦ୍ଦେଶକ ଭାବେ ୨୦୦୯ରେ ଅବସର ଗ୍ରହଣ କରିଥିଲେ। ସେ ଏକାଧିକ ପୁରସ୍କାର ମଧ୍ୟ ହାତେଇଥିଲେ। ବାଲିଅନ୍ତା ବ୍ଲକ୍ ବେଣୁପୁର ଗାଁର ମୂଳ ଅଧିବାସୀ। ଯଦିଓ ସେ ଭୁବନେଶ୍ୱର ଗୌତମ ନଗରଠାରେ ରହୁଥିଲେ।

୩୩ ବର୍ଷର ନିଜ ଚାକିରି ଜୀବନକାଳ ମଧ୍ୟରେ ସେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଣୟନ, ଖେଳାଳିଙ୍କୁ ଆର୍ଥିକ ପ୍ରୋତ୍ସାହନ, ଅନ୍ତର୍ଜାତୀୟ ଖେଳାଳିଙ୍କୁ ପ୍ଲଟ ପ୍ରଦାନ ଆଦି ଭଳି ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ ।

Leave A Reply

Your email address will not be published.