ଟୋକିଓ: ଜାପାନରେ ଚଳିତ ବର୍ଷ ଏସିଆନ ଗେମ୍ସ ଆୟୋଜିତ ହେବ । ଦୀର୍ଘ ଦିନ ପରେ କ୍ରିକେଟକୁ ସାମିଲ କରାଯାଇଛି । ପୁରୁଷ ଟିମରେ ୧୦ ଏବଂ ମହିଳାରେ ୮ଟି ଟିମ ଅଂଶଗ୍ରହଣ କରିବେ । ଟି୨୦ ଫର୍ମାଟରେ ମୁକାବିଲା ଆୟୋଜିତ ହେବ । ରବିବାର ମହିଳା ବିଭାଗର ସମସ୍ତ ୮ଟି ଟିମ ଚୂଡାନ୍ତ ହୋଇଛନ୍ତି । ୧୭ ସେପ୍ଟମ୍ବରରୁ ମହିଳା ବିଭାଗ ମ୍ୟାଚ ଆୟୋଜିତ ହେବ । ୨୨ରେ ସ୍ୱର୍ଣ୍ଣ ପଦକ ପାଇଁ ମୁକାବିଲା ହେବ । ଆୟୋଜକ ଜାପାନ ସମେତ ଆଇସିସି ର୍ୟାଙ୍କିଙ୍ଗ ଅନୁସାରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ସ୍ଥ୍ାନ ହାସଲ କରିଛନ୍ତି । କ୍ୱାଲିଫାୟର ମାଧ୍ୟମରେ ମାଲେସିଆ ଓ ଥାଇଲାଣ୍ଡ ଉନ୍ନୀତ ହୋଇଛନ୍ତି ।
ତେବେ ଆଇସିସି ର୍ୟାଙ୍କିଙ୍ଗରେ ୪୨ତମ ସ୍ଥାନ ହାସଲ କରିଥିବା ଚୀନ ଏଥିପାଇଁ ଯୋଗ୍ୟତା ହାସଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଚୀନ ୨୦୧୦, ୨୦୧୪ ଏସିଆନ ଗେମ୍ସରେ ଅଂଶଗ୍ରହଣ କରିଥିବା ନେପାଳକୁ ଡକ୍ୱୱର୍ଥ ଲୁଇସରେ ହରାଇ ଚୀନ ଏହି ସଫଳତା ହାସଲ କରିଛି । ଅପରପକ୍ଷରେ ପୁରୁଷ ବିଭାଗରେ ଜାପାନ, ଭାରତ, ଆଫଗାନିସ୍ତାନ, ବାଂଲାଦେଶ, ପାକିସ୍ତାନ ଓ ଶ୍ରୀଲଙ୍କା ଯୋଗ୍ୟତା ହାସଲ କରିଛନ୍ତି । ବାକି ୪ଟି ଟିମ ପାଇଁ ନେପାଳ, ଚୀନ, ମାଲେସିଆ, କାତାର, ବହରୀନ, ହଂକଂ, ଓମାନ ଓ ସିଙ୍ଗାପୁର ଟିମ ମଧ୍ୟରେ ମୁକାବିଲା ହେବ ।