ନୂଆଦିଲ୍ଲୀ: ଭାରତର ପୁରୁଷ ଡବଲ୍ସ ବ୍ୟାଡମିଂଟନ ଯୋଡି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ବିଡବ୍ଲ୍ୟୁଏଫ ସିଙ୍ଗାପୁର ଓପନ ସୁପର ୭୫୦ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେମାନେ ଇଣ୍ଡୋନେସିଆର ଫଜର ଆଇଫାନ ଓ ମହମ୍ମଦ ଫିକିରିଙ୍କ ବିପକ୍ଷରେ ସେମାନେ ଚମତ୍କାର ପ୍ରଦର୍ଶନ ଏହି ସଫଳତା ହାସଲ କରିଛନ୍ତି । ଟାଇଟଲ ମୁକାବିଲାରେ ସାଇରାଜ-ଚିରାଗ ୧୮-୨୧, ୨୧-୧୭ ଓ ୨୧-୧୬ରେ ବିପକ୍ଷ ଯୋଡିଙ୍କୁ ପରାସ୍ତ କରିଥିଲେ । ପ୍ରଥମ ଗେମ ଭାରତୀୟ ଯୋଡି ହାରି ଚାପରେ ରହିଥିଲେ । ତେବେ ଦ୍ୱିତୀୟ ଗେମରେ ସେମାନେ କଡା ସଂଘର୍ଷ କରି ୧-୧ ସମାନ ସ୍ଥିତିକୁ ଆଣିଦେଇଥିଲେ ।
ନିର୍ଣ୍ଣାୟକ ମୁକାବିଲାରେ ଭାରତର ଏହି ଦୁଇ ଷ୍ଟାର ଖେଳାଳି ବାଜି ମାରିଥିଲେଶ । ମ୍ୟାଚରେ ବିଜୟ ହାସଲ କରିବାକୁ ସେମାନଙ୍କୁ ୧ ଘଂଟା ୧୩ ମିିନିଟ ସମୟ ଲାଗିଥିଲା । ମେ ୨୦୨୪ ପରଠାରୁ ସେମାନେ ଟାଇଟଲ ହାସଲ କରିବାରେ ସଫଳ ହୋଇପାରି ନ ଥିଲେ । ଏବେ ତାଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି । ୪ନମ୍ବର ସ୍ଥାନରେ ଥିବା ଭାରତୀୟ ଯୋଡି ଖୁବ ଶୀଘ୍ର ପୂର୍ବ ଭଳି ୧ ନମ୍ବର ସ୍ଥାନ ହାସଲ କରିବାକୁ ଯାଉଛନ୍ତି ।