Latest Odisha News

ଭୁଷୁଡିଲା ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ: ଜଣେ ମୃତ, ୨ଜଣ ଗୁରୁତର

କଟକ : କଟକରେ ଅଘଟଣ । ଛତ୍ର ବଜାର ନିକଟରେ ଭୁଷୁଡିଲା ଛତ୍ର ବଜାର ପୋଲ। ପୋଲ ଭୁଷୁଡି ଜଣେ ମୃତ, ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ପୋଲ ନିର୍ମାଣ କାମ ଚାଲିଥିବା ସମୟରେ ମାଟି ଅତଡା ଖସି ପୋଲ ଭୁଷୁଡିଥିବା ସୂଚନା ।

ଛତ୍ରବଜାରରୁ ମାଲଗୋଦାମକୁ ସଂଯୋଗ କରୁଥିବା ପୋଲ ଭୁଷୁଡିବା ଫଳରେ କିଛି ଲୋକ ଚାପି ହୋଇଥିବା ଜଣାପଡ଼ିଛି। ପ୍ରାୟ ୩୦ ଫୁଟ ପୋଲ ତଳେ ଆଉ କିଛି ଚାପି ହୋଇ ରହିଯାଇଛନ୍ତି। ତେେ ବ୍ରିଜ୍ ଉପରେ ଯାଉଥିବା ବେଳେ ମଧ୍ୟ କିଛି ଲୋକ ତଳକୁ ଗଳିପଡ଼ିଥିବା ଜଣାପଡିଛି ।

ଦୁର୍ଘଟଣା ସ୍ଥଳରେ ଜିଲ୍ଲାପାଳଙ୍କ ସହିତ ସିଏମସି କମିଶନର ପହଂଚିଛନ୍ତି। କିଛି ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଘଟଣା ସ୍ଥଳରେ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ କର୍ମଚାରୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କିଛି ଜଣଙ୍କୁ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଛି।

Comments are closed, but trackbacks and pingbacks are open.