Latest Odisha News

BREAKING NEWS

ଶ୍ରୀମନ୍ଦିରକୁ ମକରତାଡ଼ ବିଜେ ନୀତି ଅନୁଷ୍ଠିତ

ପୁରୀ: ଆସନ୍ତାକାଲି ଅର୍ଥାତ ଗୁରୁବାର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ମକର ଚାଉଳ ଲାଗି କରାଯିବ । ଏଥିନିମନ୍ତେ ଆଜି ଆଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ମକରତାଡ଼ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ପୌଷମାସ ମାସନ୍ତ ଦିନ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ମଧ୍ୟାହ୍ନଧୂପ ସମ୍ପନ୍ନ ହେବା ପରେ ଶ୍ରୀମନ୍ଦିରରୁ ଘଣ୍ଟ ଛତା କାହାଳୀ ତେଲିଙ୍ଗି ବାଦ୍ୟ ଅଠରନଳା ସ୍ଥିତ ମା ଆଲାମଚଣ୍ଡୀ ମନ୍ଦିରକୁ ଯାଇଥାନ୍ତି ।

ଶ୍ରୀମନ୍ଦିର କୁମ୍ଭକାର ସେବକ ମାନେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଚାରିଗୋଟି ମାତିତାଡ଼ ମା ଆଲାମଚଣ୍ଡୀଙ୍କ ନିକଟରେ ରଖାଯାଇଥିଲା । ମା ଙ୍କ ନିକଟରେ ପୂଜାର୍ଚ୍ଚନା ହୋଇ ଶୀତଳ ଭୋଗ ମଣୋହି ହେବା ଉତାରେ ବନ୍ଧାପନା ଅନୁଷ୍ଠିତ ହୋଇଥାଏ । ପରେ  ୪ ଜଣ କୁମ୍ଭକାର ସେବକ ମୁହଁରେ ବାଘତୁଣ୍ଡି ବାନ୍ଧି ୪ ଗୋଟି ତାଡ଼କୁ ନେଇ ଘଣ୍ଟ , ଛତା , କାହାଳୀ ସହ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି ।

ଶ୍ରମନ୍ଦିରରେ ତାଡ଼ ପହଁଚିବା ପରେ ତାଡ଼ ଗୁଡିକୁ ଶ୍ରୀମନ୍ଦିର ଭିତର ବେଢାରେ ଏକ ଘେରା ବୁଲାଯାଇ ତାଡ଼ ଗୁଡିକୁ ଶ୍ରୀମନ୍ଦିର ପରିଶରରେ ରଖାଯାଇଥିଲା । ତେବେ ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅନ୍ୟାନ୍ୟ ନୀତି ସହ ମଧ୍ୟାହ୍ନ ଧୂପରେ 3ଗୋଟି ତାଡ଼ରେ ତିନି ବାଡ଼ରେ ମକର ଚାଉଳ ଲାଗି କରାଯିବାର ବିଧିରହିଛି ।

Leave A Reply

Your email address will not be published.