Latest Odisha News

ବିଧାନସଭାରେ ଶ୍ରୀମନ୍ଦିର ପ୍ରସଙ୍ଗ: ଶ୍ରୀମନ୍ଦିର ପ୍ରାଚୀରକୁ ଲାଗି ହୋଇଥିବା ଗର୍ତ୍ତକୁ ପୋତିବାକୁ ଦାବି କଲେ ସୁର ରାଉତରାୟ

ମନ୍ଦିରକୁ ରଖିବାକୁ ହେଲେ ଗାତ ତୁରନ୍ତ ପୋତିବାକୁ ଶୂନ୍ୟ କାଳରେ କହିଛନ୍ତି ସୁର ରାଉତରାୟ

ଭୁବନେଶ୍ୱର : ବିଧାନସଭାରେ ଉଠିଲା ଶ୍ରୀମନ୍ଦିର ପ୍ରସଙ୍ଗ । ବିଧାନସଭା ଶୂନ୍ୟ କାଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଲାଗିରହିଥିବା ବିବାଦ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଶ୍ରୀମନ୍ଦିର ପାଚେରୀକୁ ଲାଗି ଯେଉଁ ବଡ ବଡ ଗାତ ଖୋଳାଯାଇଛି ସେଗୁଡିକୁ ପୋତିବା ଲାଗି ଦାବି କରିଛନ୍ତି ସୁର ରାଉତରାୟ ।

ସୁର ରାଉତରାୟ କହିଛନ୍ତି ଯେ’ ମନ୍ଦିର ଚତୁଃପାର୍ଶକୁ ଲାଗି ରହିଥିବା ଗାତ ମନ୍ଦିରକୁ ଭୁଶୁଡାଇ ଦେବ । ପ୍ରତ୍ନତାର୍ତ୍ତିକ ବିଭାଗ ସହ ସରକାର ଏନେଇ ଆଲୋଚନା କରନ୍ତୁ । ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇ ଆଲୋଚନା ହେଉ ।

ଗଜପତି ମୁଖ୍ୟ ଶାସନ ସଚିବ କମିଟିରେ ରୁହନ୍ତୁ ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି । ମନ୍ଦିରକୁ ରଖିବାକୁ ହେଲେ ଏହି ଗାତ ତୁରନ୍ତ ପୋତିବାକୁ ଶୂନ୍ୟ କାଳରେ କହିଛନ୍ତି ସୁର ରାଉତରାୟ ।

Leave A Reply

Your email address will not be published.