Latest Odisha News

BREAKING NEWS

ଡଙ୍କି ଫିଲ୍ମ ଦେଖିବା ପାଇଁ ଶାହାରୁଖଙ୍କ ଏନଆରଆଇ ପ୍ରଶଂସକ ଆସିବେ ଭାରତ

ମୁମ୍ବାଇ: ପଠାନ ଓ ଯବାନ ଫିଲ୍ମ ସୁପରହିଟ ହେବା ପରେ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଡଙ୍କି ଉପରେ ଏବେ ସମସ୍ତଙ୍କ ନଜର ରହିଛି । ବଲିଉଡର ସଫଳ ନିର୍ଦ୍ଦେଶକ ରାଜକୁମାର ହିରାନୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ବିଦେଶରେ ଶାହାରୁଖଙ୍କ ଅନେକ ପ୍ରଶଂସକ ରହିଛନ୍ତି । ରିପୋର୍ଟ ମୁତାବକ କିଙ୍ଗ ଖାଁଙ୍କ ୫୦୦ରୁ ଊର୍ଦ୍ଧ୍ୱ ଏନଆରଆଇ ପ୍ରଶଂସକ ଡଙ୍କି ଫିଲ୍ମ ଦେଖିବା ପାଇଁ ଭାରତ ଆସିବେ ବୋଲି ଘୋଷଣା କରିଛନ୍ତି । ୨୧ ଡିସେମ୍ବରରେ ଏହା ରିଲିଜ ହେବ । ୮୫ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି । ହିରାନୀଙ୍କ ସମସ୍ତ ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିବାରୁ ଦର୍ଶକଙ୍କ ଉତ୍କଣ୍ଠା ମଧ୍ୟ ପଡିଛି ।

ସେ ଏହା ପୂର୍ବରୁ ମୁନ୍ନା ଭାଇ ଏମବିବିଏସ, ଲଗେ ରହୋ ମୁନ୍ନା ଭାଇ, ଥ୍ରୀ ଇଡିଏଟ୍ସ, ପିକେ ପରି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ରିଲିଜ ହେବା ପୂର୍ବରୁ ଡଙ୍କି ନନ ଥିଏଟ୍ରିକାଲ ରାଇଟ୍ସ ବାବଦକୁ ୧୦୦ କୋଟି ଆୟ କରିସାରିଛି । ଶାହାରୁଖଙ୍କ ସହ ଏହି ଫିଲ୍ମରେ ତାପସୀ ପନ୍ନୁ, ବୋମନ ଇରାନୀ ଓ ଭିକ୍କି କୌଶଳଙ୍କ ପରି କଳାକାର ଅଭିନୟ କରୁଛନ୍ତି ।

Leave A Reply

Your email address will not be published.