Latest Odisha News

BREAKING NEWS

ଭାରତୀୟ ବକ୍ସରଙ୍କୁ ନେଇ ଯାଉଥିବା ବିମାନର ଜରୁରୀକାଳୀନ ଅବତରଣ !

ନୂଆଦିଲ୍ଲୀ: ୨୦୨୧ ଏଏସବିସି ଏସିଆନ୍ ବକ୍ସିଂ ଚାମ୍ପିୟନଶିପ ପାଇଁ ମେରୀ କମଙ୍କ ସମେତ ୩୧ ଭାରତୀୟ ବକ୍ସରଙ୍କୁ ନେଇ ଯାଉଥିବା ବିମାନ ଦୁବାଇ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ଇନ୍ଧନର ଅଭାବ ଯୋଗୁ ପାଇଲଟ ବିମାନଟି ଲ୍ୟାଣ୍ଡିଂ କରିବାକୁ ବାଧ୍ୟ ହୋଇଥିଲେ । ଦୁବାଇ ବିମାନ ବନ୍ଦରରେ କ୍ଲିୟରାନ୍ସ କନଫ୍ୟୁଜନ ଯୋଗୁ ଲ୍ୟାଣ୍ଡିଂରେ ୩୦ ମିନିଟ ବିଳମ୍ବ ହୋଇଥିଲା ।

ଦିଲ୍ଲୀ ବିମାନବନ୍ଦରରୁ ଶନିବାର ଏହା ୟୁଏଇ ଅଭିମୁଖେ ଯାଉଥିଲା । ୨୪ ମେରୁ ୧ ଜୁନ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଏହା ଶେଷ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଥିବାରୁ ଭାରତୀୟ ବକ୍ସରଙ୍କୁ ୟୁଏଇ ଅନୁମତି ପ୍ରଦାନ କରିଥିଲା ।

Leave A Reply

Your email address will not be published.