Latest Odisha News

BREAKING NEWS

ଜୋତାରେ ପାଣି ପିଇ ଶୋ ଆରମ୍ଭ କଲେ ଷ୍ଟେଜ୍ ଆର୍ଟିଷ୍ଟ ହ୍ୟାରି ଷ୍ଟାଇଲ୍ସ

ହଲିଉଡ଼ର କଣ୍ଠଶିଳ୍ପୀ ତଥା କଥାକାର ହ୍ୟାରି ଷ୍ଟାଇଲ୍ସ ଏବେ ଚର୍ଚ୍ଚାରେ ଅଛନ୍ତି । ଅଷ୍ଟ୍ରେଲିଆର ପର୍ଥରେ ଆୟୋଜିତ ଏକ ଷ୍ଟେଜ୍ ଶୋ’ରେ ପରଫର୍ମ କରୁଥିବା ବେଳେ ନିଜ ଜୋତାରେ ପାଣି ପିଇ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଏହି କାରନାମାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅଷ୍ଟ୍ରେଲିଆର ଏକ ପାରମ୍ପରିକ ଚଳଣିକୁ ଏହି ଷ୍ଟେଜ୍ ଶୋରେ ପରିବେଷଣ କରିଥିଲେ । ଏହା ସ୍ଥାନୀୟ ଦର୍ଶକଙ୍କୁ ଖୁବ୍ ପ୍ରଭାବିତ କରିଥିଲା । ପର୍ଥରେ ଏହି ଷ୍ଟେଜ୍ ଶୋ’ ସମୟରେ ହ୍ୟାରି ନିଜେ ପିନ୍ଧିଥିବା ଜୋତାରେ ପାଣି ପିଇ ଶୋ’ ଆରମ୍ଭ କରିଥିଲେ । ଏହା ଦେଖି ଦର୍ଶକମାନେ ହତବାକ୍ ହୋଇଯାଇଥିଲେ । ପାଣି ପିଇ ସାରିବା ପରେ ଉପସ୍ଥିତ ଦର୍ଶକଙ୍କ ଉଦ୍ଦେଶ୍ୟରେ ହ୍ୟାରି କହିଥିଲେ, ଯଦି ଏମିତି କିଛି ପାନୀୟ କାହା ପାଖରେ ଅଛି, ତେବେ ତାକୁ ସେୟାର କରିବାରେ ସେ ଆଗ୍ରହୀ ।

ଉପସ୍ଥିତ ଦର୍ଶକଙ୍କ ବିଶ୍ୱାସଭାଜନ ପାଇଁ ହ୍ୟାରି କହିଛନ୍ତି, ନିଜ ଜୋତାରେ ପାଣି ପିଇ ଶୋ ଆରମ୍ଭ କରିବା ଉଚିତ୍ ହୋଇଛି ନା ନିୟମ ବିରୋଧି । ତେବେ ଦର୍ଶକମାନେ ଏହି ପ୍ରଶ୍ନରେ ତାଙ୍କୁ ସମର୍ଥନ ଜଣାଇଥିଲେ ।
ତେବେ ହ୍ୟାରିଙ୍କ ପାଇଁ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଅଷ୍ଟ୍ରେଲିଆରେ ଆୟୋଜିତ ବିଭିନ୍ନ ଶୋରେ ଜୋତାରେ ପାଣି ପିଇ ଚର୍ଚ୍ଚିତ ହୋଇଛନ୍ତି । ତେବେ ଶୋ ଆରମ୍ଭ ପୂର୍ବରୁ ଜୋତାରେ ପାଣି ପିଇବା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଫର୍ମୁଲା ୱାନ ଡ୍ରାଇଭର ଡାନିଏଲ ରିକାର୍ଡୋ ମଧ୍ୟ ଷ୍ଟେଜ ଶୋ ସମୟରେ ଜୋତାରେ ମଦ ଢାଳି ପିଇଥିଲେ ଓ ଚର୍ଚ୍ଚାକୁ ଆସିଥିଲେ ।

Leave A Reply

Your email address will not be published.