Latest Odisha News

BREAKING NEWS

ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲିବା ନିଷ୍ପତ୍ତି ନେବା ପାଇଁ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି କ୍ଷମତା

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ପରେ ଏବେ ରାଜ୍ୟର ଅନ୍ୟ ପ୍ରମୁଖ ମନ୍ଦିର ଖୋଲିବା ନେଇ ଆଶା ସଞ୍ଚାର ହୋଇଛି । ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳମାନେ ନେବେ । ସେମାନଙ୍କୁ ରାଜ୍ୟ ସରକାର କ୍ଷମତା ଦେଇଛନ୍ତି । ଆଜି ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ।

ମୁଖ୍ୟ ଶାସନ ସଚିବ କହିଛନ୍ତି, କମିଟି ସହ ଆଲୋଚନା କରି ସର୍ବସାଧାରଣ ଦର୍ଶନ ପାଇଁ ଧାର୍ମିକ ସ୍ଥଳ ଖୋଲିବା ନିଷ୍ପତ୍ତି ନେବାକୁ କ୍ଷମତା ଜିଲ୍ଲାପାଳମାନଙ୍କ କୁହାଯାଇଛି । କୋଭିଡ୍ କଟକଣା ଭିତରେ ବ୍ୟବସ୍ଥା କରିବାକୁ କୁହାଯାଇଛି । ଏହାସହ ବିଭିନ୍ନ ଜିଲ୍ଲାରେ ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ପ୍ରକ୍ରିୟା ଚାଲିଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ।

Leave A Reply

Your email address will not be published.