Latest Odisha News

BREAKING NEWS

ଏପ୍ରିଲ ୨୪ରୁ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ପ୍ରତିବାଦ ସପ୍ତାହ

କଟକ :  ରାଜ୍ୟ ପେନସନରଧାରୀମାନେ ଏପ୍ରିଲ ୨୪ରୁ ରାଜ୍ୟବ୍ୟାପି ଆନ୍ଦୋଳନ ଡାକରା ଦେଇଛନ୍ତି । ଏହି ଆନ୍ଦୋଳନ ମେ ୧ ତାରିଖ ପର୍ଯ୍ୟନ୍ତ ଚାଲିବ  ।   ଚିକିତ୍ସାଭତ୍ତା ଓ ପିଜି ପିଏ ବିଭାଗର ପୁନଃ ସ୍ଥାପନ ଦାବି ନେଇ ରାଜ୍ୟ ବ୍ୟାପୀ ପ୍ରତିବାଦ ସପ୍ତାହ ପାଳନ କରାଯିବାକୁ ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ମହାସଂଘର  ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଦାସ, ମହାସଚିବ ଗୋକୁଳାନନ୍ଦ ବେହେରା ଏକ ପ୍ରେସ୍‌ନୋଟ୍‌ରେ ସୂଚନା ଦେଇ କହିଛନ୍ତି,  ରାଜ୍ୟ ପେନସନରମାନଙ୍କର ପ୍ରମୁଖ ସମସ୍ୟା ଚିକିତ୍ସାଭତ୍ତା, ପେନସନ ନିର୍ଦ୍ଧାରଣରେ ଥିବା ତ୍ରୁଟିକୁ ଅବଳମ୍ବେ ସଂଶୋଧନ କରିବା, ୬୫ ବର୍ଷରୁ ଅତିରିକ୍ତ ପେନସନ ଲାଗୁ କରିବା, କମୁଟେସନ ଦେୟର ଅବଧି ୧୨ ବର୍ଷକୁ ହ୍ରାସ, କେନ୍ଦ୍ର ଅନୁରୂପ କ୍ୱାଲିଫାଇଙ୍ଗ ସର୍ଭିସ ୨୦ ବର୍ଷକୁ ହ୍ରାସ କରିବା, ରେଳଯାତ୍ରାରେ ପୂର୍ବପରି ରିହାତି ଓ ଇପିଏଫ୍ କର୍ମଚାରୀଙ୍କୁ ସର୍ବନିମ୍ନ ପେନସନ ୯୦୦୦ଟଙ୍କା ପ୍ରଦାନ ଆଦି ଦାବି ଉପରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ସହିତ ହୋଇଥିବା ଆଲୋଚନାରେ ସହମତି ହୋଇଥିବା ଦାବିଗୁଡ଼ିକୁ ଏପ୍ରିଲ ୨୦ ତାରିଖ ମଧ୍ୟରେ ସମାଧାନ କରାଯାଉ । ନ ହେଲେ ଏପ୍ରିଲ ୨୪ରୁ ମେ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ ସପ୍ତାହ ପାଳନ କରାଯାଇ ଜିଲ୍ଲାପାଳ ଓ ବିଡିଓମାନଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ ।

Leave A Reply

Your email address will not be published.