Latest Odisha News

BREAKING NEWS

ସଞ୍ଜୟ ଲୀଲା ପୁନର୍ବାର ଆରମ୍ଭ କରିବାକୁ ଯାଉଛନ୍ତି ଇନଶାଆଲ୍ଲା ଫିଲ୍ମ

ମୁମ୍ବାଇ: ବଲିଉଡର ମହାନ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍ସାଲୀ ହମ ଦିଲ ଦେ ଚୁକେ ସନମ, ଦେବଦାସ, ବାଜିରାଓ ମସ୍ତାନା, ପଦ୍ମାବତ ଓ ଗଙ୍ଗୁବାଇ କାଠିୟାୱାଡ ପରି ଫିଲ୍ମ ନିର୍ମାଣ କରିଛନ୍ତି । ଏହା ବ୍ୟତୀତ ସେ ସଲମାନ ଖାଁ ଓ ଆଲିୟା ଭଟ୍ଟଙ୍କୁ ନେଇ ଇନଶାଆଲ୍ଲା ଫିଲ୍ମ କରିବେ ବୋଲି ବିଚାର କରିଥିଲେ । ମାତ୍ର ଶୁଟିଂ ସେଟରେ ସଲମାନ ଓ ସଞ୍ଜୟଙ୍କ ମଧ୍ୟରେ କୌଣସି କାରଣ ନେଇ ବିବାଦ ସୃଷ୍ଟି ହୋଇଥିଲା । ସଲମାନ ରାଗିକରି ସେଟ ଛାଡି ପଳାଇ ଯାଇଥିଲେ । ଏହା ପରେ ଫିଲ୍ମ ବନ୍ଦ ହୋଇ ଯାଇଥିଲା । ଦୀର୍ଘ ଦିନ ପରେ ଏହାର ଶୁଟିଂ ଆରମ୍ଭ ହେବାକୁ ଯାଉଛି ବୋଲି ଖବର ପ୍ରକାଶ ପାଇଛି ।

ସେଲିବ୍ରେଟି ଇଂଟରିୟର ଡିଜାଇନର ରୂପିନ ସୂଚକ ଏହି ସୂଚନା ଦେଇଛନ୍ତି । ଏହି ରୋମାଂଟିକ କମେଡିକୁ ସେ ୯୦ ଦଶକର ୩ଜଣ ପ୍ରତିଷ୍ଠିତ ହୀରୋଙ୍କୁ ନେଇ ଏହାକୁ ଆରମ୍ଭ କରିଛନ୍ତି । ତେବେ ଏହି ୩ଜଣ ହୀରୋ କିଏ ସେ ସମ୍ପର୍କରେ ସ୍ପଷ୍ଟ କରି କୁହାଯାଇ ନାହିଁ । ସଞ୍ଜୟ ଏବେ ହୀରାମଣ୍ଡି ୱେବସିରିଜ ନେଇ ବ୍ୟସ୍ତ ଅଛନ୍ତି । ଏହା ପରେ ଇନଶଆଲ୍ଲାର ଶୁଟିଂ ଆରମ୍ଭ ହେବ ।

Leave A Reply

Your email address will not be published.