Latest Odisha News

BREAKING NEWS

ରାଜ୍ୟର ଯୁବକ ଦିଶାହୀନ, ମୋଦୀ ସରକାର ଆତ୍ମ ପ୍ରଚାରରେ ବ୍ୟସ୍ତ: ପିସିସି ସଭାପତି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ସାମୟିକ ଭାବେ ସ୍ଥଗିତ ଥିବା ଭାରତ ଯୋଡ଼ୋ ଓଡ଼ିଶା ପରିବର୍ତନ ଯାତ୍ରା ପୁଣିଥରେ ଆରମ୍ଭ ହୋଇଛି। କଟକ ଫୁଲନଖରା ସ୍ଥିତ ଲଖେଶ୍ୱର ମନ୍ଦିର ଠାରୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏହା ଆରମ୍ଭ ହୋଇଛି। ନଖରାରେ ଥିବା ପୀର ବଜାର ସ୍ଥିତ ଦରଘାରେ ଚାଦର ଚଢ଼ାଇ ଏବଂ ନିକଟସ୍ଥ ହନୁମାନ ମନ୍ଦିରରେ ପିସିସି ସଭାପତି ଓ ଅନ୍ୟ ବରିଷ୍ଠ ନେତୃବର୍ଗ ପୂଜାର୍ଚ୍ଚନା ଓ ପ୍ରାର୍ଥନା କରି ଆଶୀର୍ବାଦ ଭିକ୍ଷା କରି ଏହି ଯାତ୍ରା ଆରମ୍ଭ କରିଛନ୍ତି।

ପ୍ରଥମେ ଏହି ପଦଯାତ୍ରା ୧୨ କି.ମି. ଅତିକ୍ରମ କରି କଟକ ଗୋପାଳପୁର ଠାରେ ମଧ୍ୟାହ୍ନ ଭୋଜନ ପାଇଁ ବିରତି ନେଇଥିଲେ । ଅପରାହ୍ନରେ ପଦଯାତ୍ରା ଆରମ୍ଭ ହୋଇ ଏହା ଜଗତପୁର ଛକ ଠାରେ ପଂହଚିବା ପରେ ଦ୍ୱିତୀୟ ଦିନର ଯାତ୍ରା ଶେଷହୋଇଛି। ରାସ୍ତାରେ ପିସିସି ସଭାପତି ସଂଖ୍ୟାଲଘୁ ସଂପ୍ରଦାୟର ବହୁ ନେତୃବର୍ଗ, ଆଇନଜୀବୀ, କୃଷକ, ଶ୍ରମିକ ଓ ସାମାଜିକ କର୍ମୀମାନଙ୍କୁ ଭେଟି ଆଲୋଚନା କରିଥିଲେ।

ପିସିସି ସଭାପତି କହିଛନ୍ତି, ଭାରତ ଯୋଡୋ ପରିବର୍ତନ ଯାତ୍ରାର ମୂଳ ଉଦ୍ଦେଶ୍ୟ ଓଡ଼ିଶାର ଦୀର୍ଘ ୨୨ ବର୍ଷ ଓ କେନ୍ଦ୍ରର ଏକ ୮ବର୍ଷର ଏକ କଳଙ୍କିତ, ଦୁର୍ନୀତିଖୋର, ଭ୍ରଷ୍ଟାଚାରୀ, ଗଣତନ୍ତ୍ର ଓ ସମ୍ବିଧାନ ବିରୋଧି ସରକାର ବିରୁଦ୍ଧରେ ଜନସଚେତନତା କରିବା । ଏ ରାଜ୍ୟର ଯୁବକ ଆଜି ଦିଶାହୀନ । କୃଷକ, ଶ୍ରମିକ, ସ୍ୱଳ୍ପଆୟକାରୀ ବର୍ଗ, ମଧ୍ୟବିତ ଆୟକାରୀ ବର୍ଗ ଉପେକ୍ଷିତ ଓ ଅତ୍ୟାଚାରିତ । ମହିଳାମାନେ ଆଜି ଅସୁରକ୍ଷିତ । ହଜାର ହଜାର ସଂଖ୍ୟାର ଲୋକ ଆଜି ଦାଦନ ଖଟିବାକୁ ଯାଉଛନ୍ତି । ୨୨ ବର୍ଷରେ ଗୋଟିଏ ବି କୃଷିଭିର୍ତିକ ଶିଳ୍ପ ହୋଇପାରିଲା ନାହିଁ । କେବଳ ଗଣମାଧ୍ୟମରେ ବଂଚିବା ପାଇଁ ଶହ ଶହ ଏମଓୟୁ ଦସ୍ତଖସ୍ତ କରାଯାଉଛି କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଫଳବତ ହେଲା ନାହିଁ । କୃଷକର ଆୟ ଦ୍ୱିଗୁଣିତ କରିବାପାଇଁ ୨୦୧୨ ସୁଦ୍ଧା ପ୍ରତିଶୃତି ପୂରଣ ହେଲା ନାହିଁ ସତ ୨୦୨୨ ବେଳକୁ ଆମ ରାଜ୍ୟର କୃଷକର ଆୟ ସାରା ଭାରତବର୍ଷର ସର୍ବନିମ୍ନ ହେଲା ଏହା ହେଉଛି କୃଷକ ମାନଙ୍କପ୍ରତି ନିଷ୍ଠା ଓ ଦାୟିତ୍ୱ।

ସେହିପରି ବାସହୀନଙ୍କୁ ଗୃହ ଉପଯୋଗୀ ଜମି ଓ ବାସହରାଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ସମସ୍ତଙ୍କୁ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ଯୋଗାଇ ଦିଆଯାଇଥିଲେ ମଧ୍ୟ ଆଜିବି ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କ ମୁଣ୍ଡ ଉପରେ ଛାତ ଘର ନାହିଁ । ସବୁ ପ୍ରତିଶୃତି ଗୁଡ଼ିକ କେବଳ ପ୍ରତିଶୃତିରେ ରହିଯାଉଛି । ମାଳ ମାଳ ଯୋଜାନ କିନ୍ତୁ ଫଳ କିଛି ନାହିଁ।

ଖାଉଟି ମୁଦ୍ରାସ୍ପତି ଆଜି ୭.୪୧ ରେ ପଂହଚିଲାଣି । ମହଙ୍ଗାମାଡ଼ରେ ଓଡ଼ିଶା ଲୋକଙ୍କ ଅଂଟା ଭାଙ୍ଗିଗଲାଣି । ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକା ଅନୁସାରେ ଭାରତର ସ୍ଥାନ ଆଜି ୧୦୭, ୧୨୨ ରାଷ୍ଟ୍ର ମଧ୍ୟରୁ । ବେରୋଜଗାର ୪୫ ବର୍ଷର ରେକର୍ଡକୁ ଅତିକ୍ରମ କରିସାରିଛି । ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ଆମେରିକୀୟ ଡଲାର ତୁଳନରେ ଆଜି ୮୨.୭୯ ପଇସାରେ ପଂହଚିଲାଣି।

ଦୀର୍ଘ ୮ ବର୍ଷର ମୋଦୀ ସରକାର ଆତ୍ମ ପ୍ରଚାର ଓ ଭାରତକୁ ହିଂସା, ଦ୍ୱେଷ, ଘୃଣା, ସାଂପ୍ରଦାୟିକତା ସୃଷ୍ଟି କରି ଭାରତକୁ ଭାଗ ଭାଗ କରିବାଛଡ଼ା ଅନ୍ୟ କିଛି କରାଯାଇ ନାହିଁ । କଂଗ୍ରେସ ଏ ଦେଶର ମୂଳ ଓ ଜନସାଧାରଣଙ୍କର ବଳ।

Leave A Reply

Your email address will not be published.