Latest Odisha News

ଉତ୍କଳ ବିଶ୍ୱବିଦ୍ୟାଳୟରେ ମହିଳା ଇଣ୍ଟର କଲେଜ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ, ଡ଼ି. ଆର. କଲେଜ ବିଜେତା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଫାଇନାଲ ଜୋନ ୨୦୨୨-୨୩ ମହିଳା ଇଣ୍ଟର କଲେଜ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ କୁଳସଚିବ ଡ଼ ଅଭୟ କୁମାର ନାୟକଙ୍କ ଦ୍ୱାରା ଆଜି ଉଦଘାଟିତ ହୋଇଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର ଅଧୀନରେ ଥିବା ତିନୋଟି ମହାବିଦ୍ୟାଳୟ ଏବଂ ପାଞ୍ଚଟି କଲେଜ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।

ଡାଇରେକଟର ସ୍ପୋର୍ଟ କାଉନ୍ସିଲ ଦ୍ୱାରା, ପି. ଜି. ଆଥଲେଟିକ୍ କ୍ଲବର ଭାଇସ ପ୍ରେସିଡେଣ୍ଟ ଡ଼. କିର୍ତ୍ତୀ ରଞ୍ଜନ ମଲ୍ଲିକ ଏହି ଟୁର୍ଣ୍ଣା ମେଣ୍ଟକୁ ପରିଚାଳନା କରିଥିଲେ । ଏହି ସମୟରେ ଡ଼. ନାୟକ ଏବଂ ପି. ଜି. ଚେୟାରମ୍ୟାନ ପ୍ରଫେସର ଦୁର୍ଗା ଶଙ୍କର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟକୁ ଉତ୍ସାହିତ କରିଥିଲେ। ସମସ୍ତ ବିଜେତା ଟିମଙ୍କୁ ଟ୍ରଫି ଏବଂ ସାର୍ଟିଫିକେଟ ଦିଆଯାଇଥିଲା।

ଏହି ଟୁର୍ଣ୍ଣାମେଣ୍ଟରେ ଡ଼ି. ଆର. କଲେଜ, ନୟାପଲ୍ଲୀ ବିଜେତା ହୋଇଥିବା ବେଳେ ବି.ଜେ.ବି. ସ୍ୱୟଂଶାସିତ କଲେଜ ରନରସପ ଟିମ୍ ହୋଇଥିଲା।

ଚତୁର୍ଭୁଜ ଜେନା ଏହି ପ୍ରତିଯୋଗିତାକୁ ସଂଯୋଜନା କରିଥିଲେ ଏବଂ ଏମ.ଡି. ସୟିଦ, ଡି. ପି. ସାହୁ, ପ୍ରହ୍ଲାଦ ପଣ୍ଡା, ଡ଼. ବେଣୁଧର ଦାସ, ଓ ଚିରଞ୍ଜୀବ କରନ ମ୍ୟାଚ ଅଧିକାରୀ ଭାବେ ସହଭାଗିତା କରିଥିଲେ । ସ୍ମରୀତା ସାମନ୍ତରାୟ ଓ ଡ଼. ପ୍ରବୀର ମହାନ୍ତି ଚୟନକର୍ତ୍ତା ଭାବେ ଉପସ୍ଥିତ ଥିଲେ। ଖେଳ ଶେଷରେ ଡ଼. ମଲ୍ଲିକ ଡାଇରେକଟର ସ୍ପୋର୍ଟ କାଉନ୍ସିଲ ପ୍ରଫେସର ଏସ.ଏସ. ଦେବାଶିଷ ଓ ଶ୍ରୀ. ଅମ୍ବିକା ପ୍ରସାଦ ଏବଂ ଶକ୍ତି ରଞ୍ଜନ ସେନାପତିଙ୍କୁ ତାଙ୍କର ଉପସ୍ଥିତି ଓ ସହଭାଗିତା ଉଦଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.