Latest Odisha News

BREAKING NEWS

ଟେନସନ୍ ଦେଉଛି ସ୍କ୍ରବ ଟାଇଫସ୍: ସୁନ୍ଦରଗଡ଼ରେ ପଜିଟିଭ ସଂଖ୍ୟା ୨୧୧କୁ ବୃଦ୍ଧି

ସୁନ୍ଦରଗଡ଼: ରାଜ୍ୟରେ ଦିନକୁ ଦିନ ଭୟ ବଢାଉଛି ସ୍କ୍ରବ୍ ଟାଇଫସ୍ । ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସ୍କ୍ରବ ଟାଇଫସ୍ ର ହବ୍ ପାଲଟିଛି ସୁନ୍ଦରଗଡ । ଆଜି ପୁଣି ସୁନ୍ଦରଗଡ଼ରୁ ୫ ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୧୧କୁ ବୃଦ୍ଧି ପାଇଛି ।

ଖବର ଅନୁସାରେ, ସୁନ୍ଦରଗଡ ଜିଲ୍ଲାରେ ୪୨ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚକିତ୍ସା ଅଧିକାରୀ ଡଃ କାହ୍ନୁଚରଣ ନାୟକ । ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୧୧ରେ ପହଞ୍ଚିଛି । ଗତ ଜାନୁଆରୀ ମାସରୁ ସେପ୍ଟେମ୍ବର ୨୦ ଯାଏଁ ୨୦୦ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସୂଚନା ଦିଆଯାଇଛି ।

ବର୍ଷ ଆରମ୍ଭରୁ ଜିଲ୍ଲାରେ ଦେଖା ଦେଇଥିବା ସ୍କ୍ରବ୍‌ ଟାଇଫସ ଥମିବା ବଦଳରେ ମାଡ଼ି ଚାଲିଛି । ଏଥିରେ ସଂକ୍ରମିତଙ୍କ ସଂଖ୍ୟା ୨୦୦ ଟିପିଥିବା ବେଳେ ଗତ ୪ ଦିନରେ ଚିହ୍ନଟ ହୋଇଛନ୍ତି ୨୫ ଆକ୍ରାନ୍ତ । ଫଳରେ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି । ମାତ୍ର ଏଥିରେ ଆତଙ୍କିତ ନହେବା ଲାଗି ମେଡିକାଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଉଛି।

 

Leave A Reply

Your email address will not be published.