Latest Odisha News

BREAKING NEWS

ଘାରିଲାଣି ବାତ୍ୟା ଭୟ : ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ଆଶଙ୍କା

ଭୁବନେଶ୍ଵର: ଏବେଠାରୁ ଓଡ଼ିଶାକୁ ଘାରିଲାଣି ବାତ୍ୟା ଭୟ । ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ଆସିପାରେ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ । ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆକଳନ କରାଯାଇଛି । ଆଉ ଏହି ବାତ୍ୟାଟି ଓଡିଶା ମୁହାଁ ହୋଇପାରେ ବୋଲି କିଛି ମଡେଲରୁ ଏବେ ଠାରୁ ସ୍ପଷ୍ଟ ହୋଇଛି ।

ଆନ୍ତର୍ଜାତୀୟ ସଂସ୍ଥା ଆକ୍ୟୁ ଓ୍ବେଦର ପୂର୍ବାନୁମାନ କରିଛି ଯେ, ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି । ଯାହା ସାମ୍ଭାବ୍ୟ ବାତ୍ୟାର ରୂପ ନେଇପାରେ । ପାଣିପାଗ ଆକଳନ ସଂସ୍ଥା ଏନସେପ, ଜିଏଫଏସ୍, ଏନକାନ ଓ ୟୁରୋପିଆନ ମଡେଲ ଅନୁସାରେ, ସେପ୍ଟେମ୍ବର ଶେଷ ଆଡକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପାଖାପାଖି ୨୮ ସେପ୍ଟେମ୍ବର ଆଡକୁ ଅବପାତର ରୂପ ନେବା ସହ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି ।

ସେହିପରି ୨୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରେ ଅବପାତ ସୃଷ୍ଟି ହେବ । ଏହା ଆହୁରି ଘନିଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ । ତେବେ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ କଣ ରହିବ ଏ-ପର୍ଯ୍ୟନ୍ତ କୌଣସି ଚିତ୍ର ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.