Latest Odisha News

BREAKING NEWS

ଶଙ୍ଖ ଭବନରେ ମିଶ୍ରଣ ପର୍ବ, ବିଜେଡିରେ ସାମିଲ ହେଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା

ଭୁବନେଶ୍ବର: ଶଙ୍ଖ ଭବନରେ ମିଶ୍ରଣ ପର୍ବ । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେଡିରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ । ଆଜି ଶଙ୍ଖ ଭବନରେ ଶତାଧିକ ସମର୍ଥକଙ୍କ ସହ ସେ ଦଳରେ ସାମିଲ ହୋଇଛନ୍ତି ।

ଏହି ସମୟରେ ସାଂସଦ ମାନସ ମଙ୍ଗରାଜଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଦୀର୍ଘଦିନର ନୀରବତା ପରେ ରାଜନୈତିକ ମୈଦାନକୁ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ଗୋଡ଼ କାଢିଛନ୍ତି । ଆଜି ବିଜେଡିରେ ମିଶିବା ପରେ ସେ ପାରାଦ୍ୱୀପରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

 

Leave A Reply

Your email address will not be published.