Latest Odisha News

BREAKING NEWS

୧୨ କେଜିରୁ ଅଧିକ ଓଜନର ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ଭୁବନେଶ୍ୱର: ଥମୁନି ବନ୍ୟଜନ୍ତୁ ତସ୍କରୀ । ପୁଣି ଉଦ୍ଧାର ହେଲା ବଜ୍ରକାପ୍ତା । ଏଥର ବୌଦ୍ଧରୁ ଉଦ୍ଧାର ହୋଇଛି ୧୨ କେଜି ୪୦୦ ଗ୍ରାମର ବଜ୍ରକାପ୍ତା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଓ ବୌଦ୍ଧ ବନ ବିଭାଗ ଅଧିକାରୀ କଣ୍ଟାମାଳ-ବାଲିଗୁଡ଼ା ରାସ୍ତାର ଖୁଣ୍ଟିଗୁରା ଗାଁରେ ରେଡ୍ କରିଥିଲେ । ଚଢ଼ାଉ ବେଳେ ୧୨ କେଜିରୁ ଅଧିକ ଓଜନର ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ମାମଲାରେ ସୋନପୁର ଜିଲ୍ଲା ତେନ୍ତୁଳିଆମଣ୍ଡର ବିଶେଶ୍ୱର ବଗର୍ତ୍ତିଙ୍କୁ ଗିରଫ କରାଯାଇଛି ।

ଗିରଫ ବିଶେଶ୍ୱର ବଜ୍ରକାପ୍ତା କେଉଁଠି ଆଣିଲେ, କେଉଁଠିକୁ ବିକ୍ରି ପାଇଁ ନେଉଥିଲେ । ଏଥିରେ ତାଙ୍କ ସହ ଆଉ କିଏ ସମ୍ପୃକ୍ତ । ସେନେଇ ବନ ବିଭାଗ ଓ ଏସଟିଏଫ୍ ତଦନ୍ତ ଜାରି ରଖିଛି । ଉଦ୍ଧାର ବଜ୍ରକାପ୍ତାଟିକୁ କଣ୍ଟାମାଳ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଅଭିଯୁକ୍ତ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ୍ ୧୯୭୨ ଅନୁସାରେ ମାମଲା ରୁଜୁ କରାଯାଇଛି ।

ବନ୍ୟ ଅପରାଧୀଙ୍କ ବିରୋଧରେ ଏସଟିଏଫର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ଏସଟିଏଫ୍ ଏଯାବତ୍ ୧୫ ଗୋଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ।

Leave A Reply

Your email address will not be published.