Latest Odisha News

BREAKING NEWS

ନୂଆ ପରିଚୟ ଦେଲା ଷ୍ଟ୍ରବେରୀ ଚାଷ

ନୂଆପଡ଼ା : ନୂଆ ପରିଚୟ ଦେଉଛି ଷ୍ଟ୍ରବେରି ଚାଷ। ସୁସ୍ୱାଦୁ ଓ ମୂଲ୍ୟବାନ ଷ୍ଟ୍ରବେରୀ ଚାଷ ପାଇଁ ସୁନାବେଡା ଏବେ ନୁଆ ପରିଚୟ ହାସଲ କରିପାରିଛି । ଏହି ଅଭୟାରଣ୍ୟରେ ଚକୁଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ଆଉ ସେହି ସମ୍ପ୍ରଦାୟର ଲୋକେ ଏବେ ବିଦେଶୀ ଫଳ ଷ୍ଟ୍ରବେରୀ ଚାଷ କରି ଉଦାହରଣ ପାଲଟିଛନ୍ତି । ତାହା ପୁଣି ପାରମ୍ପରିକ ଦେଶୀ ପଦ୍ଧତିରେ। ସମୁଦ୍ର ପତନ ଠାରୁ ସାଢ଼େ ତିନି ହଜାର ଫୁଟ ଉଚ୍ଚ ନୂଆପଡା ଜିଲ୍ଲା କୋମନା ବ୍ଲକର ସୁନାବେଡା । ବଣ ପାହାଡ ଘେରା ଏହି ଅଞ୍ଚଳ ମାଓ ଅଧ୍ୟୁଷିତ ଭାବରେ ବେଶ୍ ଜଣାଶୁଣା। ପାହାଡିଆ ମାଳ ଭୂମି ହେତୁ ଚାଷବାସରେ ପଛରେ ଥିବା ଏହାର ଅଧିବାସୀ ଏବେ ଷ୍ଟ୍ରବେରୀ ଚାଷ କରି ଚର୍ଚ୍ଚାରେ।

ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡାରେ ଏବେ ଷ୍ଟ୍ରବେରୀ ଚାଷ ଭଲ ହୋଇଛି । ବତ୍ତର୍ମାନ ଅମଳ ଆରମ୍ଭ ହୋଇଥିବା ବେଳେ ପେନ୍ଥା ପେନ୍ଥା ହୋଇ ଫଳିଛି ଷ୍ଟ୍ରବେରୀ । ଏହା ସୁନାବେଡା ଚାଷୀଙ୍କ ଭାଗ୍ୟ ପରିବର୍ତ୍ତନ କରିବାକୁ ଯାଉଛି। ବତ୍ତର୍ମାନ ଅମଳ ଆରମ୍ଭ ହୋଇଥିବା ବେଳେ ବ୍ୟବସାୟ ମଧ୍ୟ ଯୋର ଧରିଲାଣି । ଏହାର ବଜାର ବ୍ୟବସ୍ଥା ପାଇଁ ସ୍ଥାନୀୟ ବଜାର ସହ ରାୟପୁର ଓ ଭୁବନେଶ୍ୱର ସହ ଯୋଗାଯୋଗ କରାଯାଇଛି ।

ହେଲେ ଉଚିତ ସରକାରୀ ସହାୟତା ସହ ବଜାର ବ୍ୟବସ୍ଥା ହେଲେ ଚାଷୀ ଆହୁରି ଉପକୃତ ହେବେ ବୋଲି ଚାଷୀ ମାନେ କହିଛନ୍ତି । ସେପଟେ ଚାଷୀ ଙ୍କୁ ସଚେତନ କରି ଉଚିତ ସହାୟତା ସହ ବଜାର ବ୍ୟବସ୍ଥା କରାଯିବ ବୋଲି CBDA ଅଧିକାରୀ ପ୍ରକାଶ କରି ଆସନ୍ତା ବର୍ଷ ସୁନାବେଡା ଅଞ୍ଚଳରେ ପଚାଶ ଏକର ଜମିରେ ଷ୍ଟ୍ରବେରୀ ଚାଷ କରେଇ ସୁନାବେଡ଼ାର ନୂଆ ପରିଚୟ ସୃଷ୍ଟି କରିବାକୁ ଆଶା ବାନ୍ଧିଛନ୍ତି ।

ସୁନାବେଡା ଅଞ୍ଚଳରେ ଅଵସ୍ଥାପିତ ଆଦିମ ଜନଜାତି ଜୀବନ ବଞ୍ଚିବାର ରାହା ଖୋଜୁ ଥିବାବେଳେ ଷ୍ଟ୍ରବେରୀ ଚାଷ ଦେଖାଇଛି ନୂଆ ଆଶା । ତେବେ ଏଥିପାଇଁ ଜିଲ୍ଲା ପ୍ରଶାସନ ଉଚିତ ପ୍ରୋତ୍ସାହନ ସହ ତାଲିମ ଦେଇ ଷ୍ଟେବେରୀ ଚାଷ କରାଇଲେ ସୁନାବେଡ଼ା ବାସୀ ଲାଭବାନ ହୋଇପାରିବେ ବାଲି ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.