Latest Odisha News

BREAKING NEWS

ନାଁ ତ ଶୁଣିଥିବେ ଅମିତ ରୋହିଦାସ……

ସୁନ୍ଦରଗଡ: ଭାରତୀୟ ହକିର ଜଣାଶୁଣା ନାମ ହେଲେ ଅମିତ ରୋହିଦାସ । ରାଜ୍ୟଗୋଷ୍ଠୀ କ୍ରୀଡା (୨୦୨୨), ୨୮ତମ ସୁଲତାନ ଆଜଲାନ ଶାହ କପ, ୨୦୧୮ ଚାମ୍ପିୟନ୍ସ ଟ୍ରଫି, ୨୦୧୬ ହକି ୱାର୍ଲ୍ଡ ଲିଗ ଓ ଏସିଆ କପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ । ଜଣେ ଭଲ ଡିଫେଣ୍ଡର ଭାବେ ଦେ ଭାରତୀୟ ଦଳରେ ନିଜସ୍ୱ ଏକ ଛାପ ସୃଷ୍ଟି କରିଛନ୍ତି । ଜାତୀୟ ଦଳରେ ପ୍ରଭାବୀ ପ୍ରଦର୍ଶନ କରି ଭାରତକୁ ଗୌରବାନ୍ୱିତ କରିଥିବାରୁ ୨୦୨୧ରେ ଅର୍ଜୁନ ପୁରସ୍କାର ପାଇଥିଲେ । ବିଶ୍ୱକପ ହକିରେ ଅମିତ ଭାରତର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ । ତେବେ କି ଭଳି ଭାବେ ସେ ହକି ଦୁନିଆରେ ପାଦ ଥାପିଲେ ତାହା ଶୁଣିଲେ ନିଶ୍ଚିତ ଭାବେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ । ଅମିତଙ୍କ ବାପା ଗୋପଳ ରୋହିଦାସ ବାଲିଶଙ୍କରା ଛକରେ ଜୋତା ମରାମତି କାର୍ଯ୍ୟ କରନ୍ତି । ବହୁ କଷ୍ଟରେ ସେ ତାଙ୍କ ପରିବାର ଭରଣପୋଷଣ କରିଥାନ୍ତି । ଏପରିକି ସେ ପରିବାର ଚଳାଇବା ପାଇଁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଥିଲେ । ସେ ଜଣେ ହକି ପ୍ରେମୀ ଥିଲେ । ଯେଉଁଠାରେ ହକି ମ୍ୟାଚ ହେଉଥିଲା, ସେ ସେଠାକୁ ଦେଖିବାକୁ ଯାଉଥିଲେ ।

ଆଉ ତାଙ୍କର ଏଇ ଝୁଙ୍କ ଯୋଗୁ ପରିବାର ଭୋକ ଓପାସରେ ଶୋଉଥିଲା । ଆଉ ତାଙ୍କ ଇଚ୍ଛା ଥିଲା ପୁଅ ମୋର ହକି ଖେଳୁ । ସେ ଅନୁଭବ କରିଥିଲେ ଅମିତ ପିଲାବେଳୁ ହକି ପ୍ରତି ପାଗଳ । ସେ ମଧ୍ୟ ବାଉଁଶ ଓ କାଠଫାଳିଆକୁ ହକି ଷ୍ଟିକରେ ସ୍କୁଲ ପଡିଆରେ ଅଭ୍ୟାସ କରୁଥାନ୍ତି । ହାତରୁ ତାଙ୍କରୁ ହକି ଷ୍ଟିକ ଛାଡେନି । ୨୦୦୪ ପାନପୋଷ ସ୍ପୋର୍ଟ୍ସ ହଷ୍ଟେଲରେ ସୁଯୋଗ ପାଇବା ଅମିତଙ୍କୁ ଭାଗ୍ୟ ବଦଳାଇ ଦେଇଥିଲା । ସବ ଜୁନିୟରରେ ପ୍ରଭାବୀ ପ୍ରଦର୍ଶନ କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୦୯ରେ ସବ ଜୁନିୟରରେ ତାଙ୍କୁ ଜାତୀୟ ଦଳରେ ଖେଳିବା ସୁଯୋଗ ମିଳିଥିଲା । ଆଉ ଅମିତ ପଛକୁ ଚାହିଁ ନ ଥିଲେ । ଅଲିମ୍ପିକ୍ସରେ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ହୋଇ ସେ ତାଙ୍କ ବାପାଙ୍କ ସ୍ୱପ୍ନ ସାକାର କରିଥିଲେ । କିନ୍ତୁ ଏହା ଦେଖିବାକୁ ତାଙ୍କ ବାପା ଜୀବିତ ନ ଥିଲେ । ୨୦୨୦ରେ ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲି ଯାଇଥିଲେ । ଆର୍ଥୀକ ଅବସ୍ଥା ସ୍ୱଚ୍ଛଳ ହେବା ସତ୍ୱେ ଅମିତଙ୍କ ମାଆ ଏବେ ବି ଚାଷ କାର୍ଯ୍ୟରେ ସହଯୋଗ କରୁଛନ୍ତି । ଏହା ବୋଧେ ପ୍ରକୃତରେ ଅମିତଙ୍କୁ ପରୋକ୍ଷରେ ପ୍ରେରଣ ଯୋଗାଇ ଚାଲିଛି ।

Leave A Reply

Your email address will not be published.