Latest Odisha News

BREAKING NEWS

ତମ୍ବୁରେ ରହୁଥିବା ବ୍ୟକ୍ତି ଆରମ୍ଭ କଲେ ବ୍ୟବସାୟ : ଦାନସୂତ୍ରରେ ମିଳିଥିବା ଜିନିଷ କରୁଛନ୍ତି ବିକ୍ରୟ

ପୋଲାଣ୍ଡ: ଆପଣ ନିଶ୍ଚିତ ଭାବରେ ଏହିପରି ଅନେକ କାହାଣୀ ଶୁଣିଥିବେ, ଯେଉଁଠାରେ ଲୋକମାନେ ଏପରି କିଛି କରନ୍ତି ଯାହା ପୂର୍ବରୁ କେହି କଳ୍ପନା କରି ନ ଥାନ୍ତି । ସେହିଭଳି ତୁମ୍ବୁ ତଳେ ରହୁଥିବା ଜଣେ ବ୍ୟକ୍ତି ଏପରି କିଛି କରିଛନ୍ତି, ଯାହାକୁ ଦେଖି ଲୋକେ ଅ।।ଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ପୋଲାଣ୍ଡର ବାସିନ୍ଦା ମାକିଜ ଫ୍ଲାଙ୍କ । ସେ ଲଙ୍ଗଟନ୍ ମାର୍କେଟ୍ ଷ୍ଟ୍ରିଟ୍ ରେ ଏକ ରେକର୍ଡିଂ ଷ୍ଟୁଡିଓ ଚଳାଉଥିଲେ । ସେ ଅତ୍ୟଧିକ ନିଶା ସେବନ କରି ତାଙ୍କର ସର୍ବସ୍ୱ ହରାଇ ବସିଥିଲେ । ତାଙ୍କ ପାଖରେ ରହିବାକୁ ଘର ଖଣ୍ଡିଏ ମଧ୍ୟ ନ ଥିଲା, ତେଣୁ ସେ ବାଧ୍ୟ ହୋଇ ରାସ୍ତାକଡ଼ରେ ଏକ ତମ୍ବୁ ଘରେ ୧୪ ବର୍ଷ ହେଲା ରହି ଆସୁଛନ୍ତି । ଅନେକ ସମୟରେ ତାଙ୍କୁ ଅସହାୟ ଭାବି ଲୋକେ ଦାନସୂତ୍ରରେ ଅନେକ ଜିନିଷ ପ୍ରଦାନ କରିଥାନ୍ତି ।

ଏବେ ସେ ନିଜର ଏକ ନୂଆ ବ୍ୟବସାୟ ଆରମ୍ଭ କରିଛନ୍ତି । ସେ ତମ୍ବୁ ତଳେ ଟି-ସାର୍ଟ, ପିଲାମାନଙ୍କ ପାଇଁ ଫ୍ୟାନ୍ସି ଡ୍ରେସ, ଜୋତା ଏବଂ ଖେଳନା ସହିତ ଚେୟାର ବିକ୍ରି କରନ୍ତି । ଏହିସବୁ ଜିନିଷକୁ ସେ ଦାନସୂତ୍ରରୁ ପାଇଥିଲେ । ଏବେ ସେ ନିଶା ଛାଡ଼ି ବ୍ୟବସାୟ କରି ନିଜର ନୂଆ ଜୀବନ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.