ମୁମ୍ବାଇ: ବର୍ଷା ଆଣିଲା ବିଭୀଷିକା । ମୁମ୍ବାଇରେ ଜଳପ୍ରଳୟ । ଉବୁଟୁବୁ ସହର । ଜୁଆଡ଼େ ଗଲେ ଖାଲି ପାଣି ଆଉ ପାଣି । ରାସ୍ତାଘାଟରେ କେଉଁଠି ଅଣ୍ଟାଏ ତ ଆଉ କେଉଁଠି ଆଣ୍ଠୁଏ ଲେଖାଏ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି । ଲୋକଙ୍କ ଘରଦ୍ୱାରରେ ପଶିଛି ପାଣି । ରାସ୍ତାରେ ଯାଆସ କରିବା ମୁସକିଲ୍ । ଗତକାଲି ରାତି ୮ଟାରୁ ଆଜି ସକାଳ ଯାଏ ଲଗାଣ ବର୍ଷା ପରେ ବେହାଲ୍ ହୋଇଛି ମାୟାନଗରୀ ।
ଲଗାଣ ବର୍ଷା ପରେ ପାହାଡ଼ରୁ ମାଟି ଅତଡା ଧସି ୧୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ମୁମ୍ୱାଇର ଚେମ୍ୱୁର ଓ ଭିକ୍ରିଲୋ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଛି । ଧ୍ୱଂସାବଶେଷ ତଳେ ଆଉ କିଛି ଫସି ରହିଥିବା ସନ୍ଦେହ କରାଯାଉଛି । ଆଗକୁ ବଢ଼ିପାରେ ମୃତ୍ୟୁସଂଖ୍ୟା ।
Maharashtra | 11 people killed after a wall collapse on some shanties in Chembur’s Bharat Nagar area due to a landslide, says National Disaster Response Force (NDRF)
Rescue operation is underway. pic.twitter.com/W24NJFWThU
— ANI (@ANI) July 18, 2021
ଗତକାଲି ରାତି ୮ଟାରୁ ରାତି ୨ଟା ଭିତରେ ମୁମ୍ୱାଇ ସହରରେ ୧୫୬.୯୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ମୁମ୍ବାଇର ପୂର୍ବାଞ୍ଚଳରେ ୧୪୩.୧୪ ମିଲିମିଟର ଓ ପଶ୍ଚିମାଞ୍ଚଳରେ ୧୨୫.୩୭ ମିଲିମିଟର ବର୍ଷିଛି । କେଉଁଠି ରାସ୍ତାରେ ଠିଆ ହୋଇଥିବା କାର୍ ବି ପାଣି ସୁଅରେ ଭାସି ଯାଇଛି କିଛି ବାଟ ।
#WATCH | Maharashtra: Rainwater entered Mumbai’s Borivali east area following a heavy downpour this morning pic.twitter.com/7295IL0K5K
— ANI (@ANI) July 18, 2021
ମୁମ୍ୱାଇର ଚୁନାଭାଟ୍ଟି, ସିଓନ୍, ଦାଦର, ଗାନ୍ଧି ମାର୍କେଟ, ଚେମ୍ୱୁର, କୁର୍ଲା ରୋଡ୍ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଗମନାଗମନ ବାଧାପ୍ରାପ୍ତ ହୋଇଛି । ଟ୍ରେନ୍ ଲାଇରେ ପାଣି ଜମିଥିବାରୁ ଲୋକାଲ୍ ଟ୍ରେନ୍ ଚଳାଚଳ ବନ୍ଦ ରହିଛି ।
#WATCH | Maharashtra: Daily commuters’ movement affected as roads waterlogged, in Gandhi Market area following incessant rainfall. pic.twitter.com/1LpwYNVK0j
— ANI (@ANI) July 17, 2021
Comments are closed.