Latest Odisha News

ନିର୍ବାଚନ ପୂର୍ବରୁ ଆବାସ ଦୁର୍ନୀତି ଅଭିଯୋଗ

ସୋନପୁର: ଆଗକୁ ରହିଛି ସାଧାରଣ ନିର୍ବାଚନ । ଏଥିପାଇଁ ଗୋଟେପଟେ ସମସ୍ତ ରାଜନୈତିକ ଦଳ ନିଜର ପ୍ରଚାର ପ୍ରସାର ଜୋରଦାର କରିଥିବା ବେଳେ ଅନ୍ୟପଟେ କିଛି ସ୍ଥାନରୁ ବିଭିନ୍ନ ଦୁର୍ନୀତିର ଖବର ସାମ୍ନାକୁ ଆସୁଛି । ଦେଶରେ ଗରିବ ମାନଙ୍କୁ ମୁଣ୍ଡ ଗୁଞ୍ଜିବାକୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଛନ୍ତି । ହେଲେ ସରକାରୀ ବାବୁ ଏବଂ କିଛି ଲାଭଖୋର ମନୋବୃତିର ରାଜନେତାଙ୍କ ଖାମଖିଆଲି ନିତି ଯୋଗୁଁ ସରକାରୀ ଯୋଜନାରୁ ଯୋଜନ ଦୁରେ ରହିଯାଉଛନ୍ତି ପ୍ରକୃତ ହିତାଧିକାରୀ l ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମେଣ୍ଡା ଗ୍ରାମପଞ୍ଚାୟତ ଖଗସାକନାଗାଁରୁ ଆସିଛି ଏଭଳି ଅଭିଯୋଗ ।

ଗାଁର ପାଣ୍ଡବ ମିର୍ଦ୍ଧା, ଶାନ୍ତି ମହାକୁର, ସରସ୍ୱତି ବାରିକ କିଛି ଦିନ ତଳେ ଆବାସ ଯୋଜନା ମାଧ୍ୟମରେ ଘର ପାଇଥିଲେ l ଘର ତିଆରି ବି କଲେ କିନ୍ତୁ ଆବାସ ଯୋଜନା ମାଧ୍ୟମରେ ପାଇବାକୁ ଥିବା ମନରେଗା ଟଙ୍କା ଆକାଉଣ୍ଟକୁ ଆସିଲାନି l ବାରମ୍ବାର ବ୍ଲକ ଓ ପଞ୍ଚାୟତ ଅଫିସକୁ ଦୌଡି ଦୌଡି ନୟାନ୍ତ ହେବାପରେ ଅନଲାଇନରେ ଚେକ କରିବାରୁ ତାଙ୍କ ମନରେଗା ଟଙ୍କା ମେଣ୍ଡା ସରପଞ୍ଚ ଓ ପିଇଓଙ୍କ ଡିଏସସିରେ ପେମେଣ୍ଟ ହୋଇଥିବା ଜଣା ପଡିଥିଲା । ଏନେଇ ତରଭା ବିଡିଓଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି ଉକ୍ତ ହିତାଧିକାରୀ । ତେବେ ଗାଁର କେବଳ ପାଣ୍ଡବ ଓ ଶାନ୍ତି ନୁହେଁ ଆହୁରି ମଧ୍ୟ ଅନେକ ହିତାଧିକାରୀ ତାଙ୍କ ମନରେଗା ପ୍ରାପ୍ୟ ପାଇନଥିବା ଅଭିଯୋଗ ହୋଇଛି ।

ତେବେ ତରଭା ବ୍ଲକର ଅନେକ ସ୍ଥାନରେ ଏହି ମନରେଗା ଟଙ୍କା ପାଉନଥିବା ଅଭିଯୋଗ ହେଉଛି l ଏହାର ପ୍ରକୃତ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି l ଅନ୍ୟ ପଟେ ବର୍ତମାନ ସମୟରେ ସିଧାସଳଖ ଆଧାର ବେସ ଆକାରରେ ହିତାଧିକାରୀଙ୍କ ଆକାଓଣ୍ଟକୁ ଏହି ଟଙ୍କା ଯିବା କଥା ଯଦି ଏଥିରେ ବ୍ୟତିକ୍ରମ ହୋଇଛି ତେବେ ଦୋଶି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ।

Leave A Reply

Your email address will not be published.