Latest Odisha News

BREAKING NEWS

ଓମଲେଟ୍ ଫେଷ୍ଟିଭାଲ: ଏଠାରେ ୧୫ ହଜାର ଅଣ୍ଡାରେ ପ୍ରସ୍ତୁତ ହୁଏ ଗୋଟେ ବିରାଟକାୟ ଓମଲେଟ୍‌

ଫ୍ରାନ୍ସ: ଛୋଟ ହୁଅନ୍ତୁ ବା ବଡ଼ ସମସ୍ତେ ଅଣ୍ଡା ଓମଲେଟ୍ ଖାଇବାକୁ ଭଲ ପାଇ ଥାଆନ୍ତି । ଗୋଟେ କି ଦୁଇଟି ଅଣ୍ଡାରେ ପ୍ରସ୍ତୁତ ଓମଲେଟକୁ ସମସ୍ତେ ଖାଇଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,ଏମିତି ଏକ ଓମଲେଟ୍ ଫେଷ୍ଟିଭାଲ ଅଛି, ଯେଉଁଠାରେ ୧୫ ହଜାର ଅଣ୍ଡାରେ ପ୍ରସ୍ତୁତ ହୁଏ ଗୋଟେ ବିରାଟକାୟ ଓମଲେଟ୍ ।

ଫ୍ରାନ୍ସ, ବେସିଆରରେ ପ୍ରତିବର୍ଷ ଇଷ୍ଟର ଅବସରରେ ଆୟୋଜିତ ହୁଏ ଓମଲେଟ୍ ଫେଷ୍ଟିଭାଲ । ଏହି ଉତ୍ସବରେ ୧୫୦୦୦ରୁ ଉର୍ଦ୍ଧ୍ୱ ଅଣ୍ଡାକୁ ଫଟାଇ ବଡ଼ ପାତ୍ରରେ ଏକ ବିରାଟକାୟ ଓମଲେଟ୍ ତିଆରି କରାଯାଏ । ଏହାକୁ ପ୍ରସ୍ତୁତ କରିବା ଲାଗି ଅନେକ ସେଫ୍ ସାମିଲ ହୋଇ ଥାଆନ୍ତି । ପରେ ଏହି ସୁସ୍ୱାଦୁ ଓମଲେଟକୁ ଉତ୍ସବରେ ଥିବା ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ । ଏହା ଏତେ ବଡ଼ ହୋଇଥାଏ ଯେ, ୨୦୦୦ ଲୋକ ଆରାମରେ ଖାଇପାରନ୍ତି ।

୧୯୭୩ ମସିହାରୁ ଫ୍ରାନ୍ସ, ବେସିଆରରେ ପ୍ରତିବର୍ଷ ଏହି ଉତ୍ସବ ପାଳିତ ହୋଇ ଆସୁଛି । କୁହାଯାଏ , ନେପୋଲିୟନ ଯେବେ ଦକ୍ଷିଣ ଆଫ୍ରିକା ଯାତ୍ରାରେ ଥିଲେ ସେ ଗୋଟିଏ ରାତି ବେସିଆରରେ ବିତାଇଥିଲେ । ସେତେବେଳେ ସେ ଏଠାକାର ଜଣେ ରୋଷେୟାଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱାଦିଷ୍ଟ ଓମଲେଟ୍ ଖାଇଥିଲେ । ତାଙ୍କୁ ସେହି ଓମଲେଟ୍ ଏତେ ଭଲ ଲାଗିଥିଲା ଯେ, ସେ ଆଦେଶ ଦେଇଥିଲେ ସହରଯାକର ଅଣ୍ଡା ସଂଗ୍ରହ କରି ତାଙ୍କ ସେନା ପାଇଁ ଓମ୍‌ଲେଟ୍ ପ୍ରସ୍ତୁତ କରାଯାଉ । ବାସ୍ ସେହିଦିନଠାରୁ ଏହି ପ୍ରଥା ଏଠାରେ ଚାଲି ଆସୁଛି । ପ୍ରତ୍ୟେକ ବର୍ଷ ଇଷ୍ଟର ଅବସରରେ ଏଠାରେ ଆୟୋଜିତ ହୋଇଥାଏ ଓମଲେଟ୍ ଫେଷ୍ଟିଭାଲ । ଏହି ଫେଷ୍ଟିଭାଲରେ ହଜାର ହଜାର ଲୋକଙ୍କ ସମାଗମ ମଧ୍ୟ ହୋଇଥାଏ ।

Leave A Reply

Your email address will not be published.