Latest Odisha News

BREAKING NEWS

ବାଲୁକା କଳାକୃତିରେ ସୁଦର୍ଶନ ପଟ୍ଟନାୟକ ‘ଫାଦର୍ସ ଡ଼େ’ ପାଳନ କଲେ

ଭୁବନେଶ୍ୱର : ପୁରୀ ବେଳାଭୂମୀରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ପ୍ରଦର୍ଶନ କରି ‘ଫାଦର୍ସ ଡ଼େ’ ପାଳନ କରିଛନ୍ତି ।

ସେ ଏନେଇ ଟ୍ୱିଟ୍ ମାଧ୍ୟମରେ ତାଙ୍କ ପ୍ରଶଂସକମାନଙ୍କୁ ଶୁଭେଛା ଜ୍ଞାପନ କରିଛନ୍ତି । “ହାପି ଫାଦର୍ସ ଡ଼େ, ମୋ ବାଲୁକା କଳା ପୁରୀ ବେଳାଭୂମୀରେ’ ”

ସେ ମଧ୍ୟ ଟିଟ୍ କରି ନିଜର ପିଲାମାନଙ୍କୁ କହିଛନ୍ତି, “ହାପି ଫାଦର୍ସ ଡ଼େ, ମୁୁଁ ବାଲିରେ ପିଲାମାନଙ୍କ ସହିତ କଟାଇବାକୁ ଭଲପାଏ, ଆମେ ଆମ ପିଲାମାନଙ୍କୁ ତାଙ୍କର ଦକ୍ଷତାକୁ ଉତ୍ସାହିତ କରିବା ଉଚିତ ।”

ଆଜି ଏହି ‘ଫାଦର୍ସ ଡ଼େ’ ଅବସରରେ ସୋସିଆଲ ମିଡ଼ିଆରେ ନିଜ ନିଜ ବାପାଙ୍କୁ ମନେ ପକାଇ ବ୍ୟବହାରକାରି ମାନେ ଶୁଭେଚ୍ଛା ବାର୍ତ୍ତାମାନ ଶେୟାର କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଏହି ଅବସରରେ ନିଜ ବାପାଙ୍କୁ ତାଙ୍କ ସଫଳତାର ଶ୍ରେୟ ଜଣାଇଛନ୍ତି । ସେ ଦେଇଥିବା ଏକ ସୁନ୍ଦର ମେସେଜରେ ତାଙ୍କର ଅଗଣିତ ଶୁଭେଚ୍ଛୁ ମାନଙ୍କୁ ଲେଖିଛନ୍ତି, “ ସବୁ ବାପାମାନଙ୍କୁ – ଆସନ୍ତୁ, ନିଜର ପିଲାମାନଙ୍କ ପାଇଁ ଏହି ବିଶ୍ୱକୁ ଏକ ସୁନ୍ଦର ସ୍ଥାନ କରିଦେବା” ।

ସେହିପରି ସାମାଜିକ କର୍ମୀ ଶୁଭଶ୍ରୀ ଦାସ ଫେସବୁକରେ ତାଙ୍କର ବାପାଙ୍କ ସହିତ ଏକ ପୂରୁଣା ଫଟୋ ପୋଷ୍ଟ କରି ଆଜିର ଦିନଟିକୁ ସ୍ମରଣ କରିଛନ୍ତି ।

ଆଜି ସମସ୍ତ ସୋସିଆଲ ମିଡ଼ିଆରେ ଏହି ଦିବସ ଅବସରରେ ନିଜ ବାପାଙ୍କୁ ନେଇ ଶୁଭେଚ୍ଛାର ବାର୍ତ୍ତା ର ସୂଅ ଛୁଟିଥିଲା ।

Comments are closed.