Latest Odisha News

BREAKING NEWS

ସୋସିଆଲ୍ ମିଡ଼ିଆରେ ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ କରି ୫ ଯୁବକ ଗିରଫ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଥାନା ପୋଲିସ ରବିବାର ଦିନ ସୋସିଆଲ୍ ମିଡ଼ିଆରେ ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ କରିବା ଅଭିଯୋଗରେ ୫ ଯୁବକଙ୍କୁ ଗିରଫ କରିଛି ।

ତେବେ ମୁଖ୍ୟ ଆସାମୀ ଏପର୍ଯ୍ୟନ୍ତ ଫେରାର ରହିଥିବାର ପୋଲିସ ସୂତ୍ରରୁ ପ୍ରକାଶ ।

ମିଳିଥିବା ସୂଚନାନୁସାରେ ଗତ ଜୁନ ୧୪ ତାରିଖରେ ପୀଡ଼ିତା ଛାତ୍ରୀ ଜଣକ ରାଜନଗର ପେଣ୍ଠାସ୍ଥିତ ଜଙ୍ଗଲରେ ବୁଲୁଥିଲେ । ଏହାର ସୁଯୋଗନେଇ ୬/୭ ଜଣ ଯୁବକ ସେମାନଙ୍କ ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ସେମାନଙ୍କଠୁ ମୋବାଇଲ ଓ ଟଙ୍କା ପଇସା ଛଡ଼ାଇନେବା ସହିିତ ଯୁବତୀଙ୍କୁ ଅସଦାଚରଣ କରିଥିଲେ । ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିବାର ଦୃଶ୍ୟକୁ ଯୁବକମାନେ ମୋବାଇଲରେ ରେକର୍ଡ଼ିଂ କରି ସୋସିଆଲ ମିଡ଼ିଆରେ ଭାଇରାଲ୍ କରିଦେଇଥିଲେ ।

ପୀଡ଼ିତା ଜଣକ ଏସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାଜନଗର ପୋଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଯୁବକମାନେ ହେଲେ ମନି ମଣ୍ଡଳ, ସୁକାନ୍ତ ମଣ୍ଡଳ, ଅକ୍ଷୟ ସେଠୀ, ନିମାଇଁ ଚରଣ ପଢିହାରୀ ଏବଂ ଶମ୍ଭୁ ମଣ୍ଡଳ । ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପୁ ସ୍ୱାଇଁ ଫେରାର ରହିଛି ।

 

ରାଜନଗର ପୋଲିସ ଅଭିଯୁକ୍ତମାନଙ୍କ ଠାରୁ ଏଥିରେ ସମ୍ପୃକ୍ତ ମୋବାଇଲ୍ ଗୁଡ଼ିକୁ ଜବତ କରିଛି । ଏହି ଘଟଣା ସହିତ ଅନ୍ୟକେଉଁମାନେ ସଂପୃକ୍ତ ତାହାର ଛାନଭିନ କରୁଛି ପୋଲିସ ।

Leave A Reply

Your email address will not be published.