Latest Odisha News

ପରିଚୟ ଫାଉଣ୍ଡେସନ ପକ୍ଷରୁ ‘ଶ୍ରୀ ଆୱାର୍ଡ଼’ ପୁରସ୍କାର ପ୍ରଦାନ ଉତ୍ସବ

ଭୁବନେଶ୍ୱର : ଫାଦର୍ସଡେ’ ଉପଲକ୍ଷେ ଆଜି କ୍ରାଉନ୍ ହୋଟେଲଠାରେ ପରିଚୟ ପାଉଣ୍ଡେସନ୍ ଫକ୍ଷରୁ ଶ୍ରୀ ଆୱାର୍ଡର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି ।ପ୍ରସିଦ୍ଧ ସାମ୍ବାଦିକ ପଦ୍ମଭୂଷଣ ପ୍ରଭୂ ଚାୱଲା ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରୁ ବଛା ହୋଇଥିବା ପୁରୁଷ ପ୍ରତିଭାମାନଙ୍କୁ ଶ୍ରୀ ଆୱାର୍ଡରେ ସମ୍ମାନିତ କରିଥିଲେ । ଶ୍ରୀଚାୱଲା ଅବହେଳିତ ମହିଳା ଓ ଶିଶୁଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ପରିଚୟ ଫାଉଣ୍ଡେସନ୍ ନେଉଥିବା ପଦକ୍ଷେପକୁ ପ୍ରଶଂସା କରିବା ସହିତ ସଫଳ ପୁରୁଷ ପ୍ରତିଭାଙ୍କୁ ସମ୍ମାନିତ କରିବା ପାଇଁଏହି ଅଭିନବ ପ୍ରୟାସକୁ ମଧ୍ୟ ପ୍ରଶଂସା କରିଥିଲେ ।


ଏହି ଅବସରରେ ଏକ ଫାଦର୍ସଡେ’ ବିଶେଷ ଆଲୋଚନାଚକ୍ର ମଧ୍ୟ ଆୟୋଜନ କରାଯାଇଥିଲା ଯେଉଁଥିରେ ପ୍ରସିଦ୍ଧ ଓଲିଉଡ୍ ଅଭିନେତା ତଥା କୋରେଇ ବିଧାୟକ ଆକାଶ ଦାସ ନାୟକ, ଇଣ୍ଡିଆନ୍ ଆଇଡଲ କନିଷ୍ଠ ବିଭାଗ (ସିଜିନ୍ ୨) ବିଜେତା ଅନନ୍ୟା ଶ୍ରୀତମ ନନ୍ଦ, ରୁଚି ଏବଂ ଫ୍ରୋଜିଟ୍ର ନିର୍ଦ୍ଦେଶକ ରଶ୍ମୀ ସାହୁ ଏବଂ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ, କୋରିଓଗ୍ରାଫର, ମଡେଲ୍ ତଥା ଅନ୍ତର୍ଜାତୀୟସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶାଶ୍ୱତ ଯୋଷୀ ସେମାନଙ୍କ ବାପାଙ୍କ ସହିତ ଯୋଗ ଦେଇଥିଲେ ।

ପରିଚୟ ଫାଉଣ୍ଡେସନ୍ର କାର୍ଯ୍ୟନିର୍ବାହୀ ଓ କମିଟିର ସଦସ୍ୟ, ଗତ ବର୍ଷ ସମ୍ମାନିତଖ୍ୟାତି ସମ୍ପନ୍ନ, ଲବ୍ଧ ପ୍ରତିଷ୍ଠିତ ତଥା ନିଜ ନିଜ କ୍ଷେତ୍ରରେ ସାମାଜିକ ପ୍ରଭାବ ପକାଇପାରିଥିଲେ ମଧ୍ୟ ଚର୍ଚ୍ଚାରୁ ଦୂରେଇରହିଥିବା ପ୍ରତିଭାମାନଙ୍କ ପରାମର୍ଶକ୍ରମେ ଚଳିତବର୍ଷର ପ୍ରତିଭା ମାନଙ୍କ ନାମ ସ୍ଥିର କରାଯାଇଛି ।

ସମ୍ମାନିତ ପ୍ରତିଭାମାନେ ହେଲେ:- ଶରତକୁମାରସାହୁ ( ଜୀବନବ୍ୟାପୀ ସାଧନା ପୁରସ୍କାର), ଜଗଦାନନ୍ଦ (ସମାଜସେବା), ଗୁରୁ ବନମାଳୀ ମହାରଣା (କଳା ଓ ସଂସ୍କୃତି), କ୍ରିଷ୍ଣା ବେଉରା (ମନୋରଞ୍ଜନ), ସୁବ୍ରତ କୁମାର ପତି (ଉଦ୍ୟୋଗ), ଡକ୍ଟର ଦୀପକ ରଞ୍ଜନ ଦାସ (ଚିକିତ୍ସାବିଜ୍ଞାନ), ସୁଧୀର କୁମାର ରାଉତ ( ଶିକ୍ଷା), ଅରିନ୍ଦମ ଦାସ (ଗଣମାଧ୍ୟମ), ପଙ୍କଜ ଭୁଏ ( କ୍ରୀଡ଼ା), ଦୟାନିଧି ଦଧିଚ (ଉଦୀୟମାନ ପ୍ରତିଭା – ମନୋରଞ୍ଜନ), ତ୍ରିନାଥ ପାତ୍ର- ନୂତନ ଧାରାସର୍ଜନା (ଟ୍ରେଣ୍ଡସେଟର୍), କାଳୀ ପ୍ରସନ୍ନ ପଟ୍ଟନାୟକ ଙ୍କୁ ସ୍ୱତନ୍ତ୍ର ପୁରସ୍କାର (କଳା) ।

Leave A Reply

Your email address will not be published.