Latest Odisha News

BREAKING NEWS

ଠକ ସୁକେଶଙ୍କ କେଜ୍ରିୱାଲଙ୍କୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ମନି ଲଣ୍ଡ୍ରଂ କେସରେ ଜେଲଦଣ୍ଡ ଭୋଗୁଥିବା ଠକ ସୁକେଶ ଚନ୍ଦ୍ରଶେଖର ମଙ୍ଗଳବାର ଦିଲ୍ଲୀ ଏଲଜିଙ୍କୁ ଚତୁର୍ଥ ପତ୍ର ଲେଖିଛନ୍ତି । ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଯଦି ମୁଁ କୌଣସି ମିଛ କଥା ଲେଖିଥାଏ ତାହାହେଲେ ମୋତେ ଫାଶୀ ଦଣ୍ଡ ଦିଆଯାଉ । ଆଉ ଯଦି ମୋ କଥା ସତ ହୋଇଥାଏ ତାହାହେଲେ ଅରବିନ୍ଦ କେଜ୍ରିୱାଲ ତାଙ୍କ ପଦରୁ ଇସ୍ତଫା ଦେବେ କିମ୍ବା ରାଜନୀତିରୁ ସନ୍ୟାସ ନେବେ କି ? ମୋତେ ଜେଲରେ ବାରମ୍ବାର ଧମକ ମିଳୁଛି । ସିବିଆଇ, ଇଡି କଥା କାହିଁକି ଉଠାଉଛି ବୋଲି ସେମାନେ ମୋ ଉପରେ ଚାପ ପକାଉଛନ୍ତି । ପୂର୍ବରୁ ସୁକେଶ ଏଲଜିଙ୍କୁ ୩ଟି ପତ୍ର ଲେଖି ସାରିଛନ୍ତି । କିପରି ଆମ ଆଦମୀ ପାର୍ଟିର ମନ୍ତ୍ରୀ ତାଙ୍କୁ ଜେଲରେ ସୁରକ୍ଷା ଦେବା ପାଇଁ ୧୦ କୋଟି ଟଙ୍କା ନେଇଥିଲେ ବୋଲି କହିଥିଲେ ।

ଏହା ପର ଚିଠିରେ ରାଜ୍ୟସଭା ଟିକେଟ ପାଇଁ ୫୦କୋଟି ଓ ପଞ୍ଜାବ ନିର୍ବାଚନ ପାଇଁ ଜବରଦସ୍ତ ଅର୍ଥ ଆପ ମାଗିଥିଲା । କେଜ୍ରିୱାଲ ଡ୍ରାମା ବନ୍ଦ କରନ୍ତୁ । ଦୁର୍ନୀତି ଘଟଣାକୁ ଡାଇଭର୍ଟ କରିବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ସେ ମନୀଷ ସିସୋଡିଆଙ୍କୁ ମଧ୍ୟ ସିଧାସଳଖ କହିଛନ୍ତି ମୋତେ କାହାର ସାହାଯ୍ୟ ଲୋଡା ନାହିଁ । ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ଏକୁଟିଆ ସକ୍ଷମ । ବିଜେପି ଇଙ୍ଗିତରେ ସୁକେଶ ନାଚୁଛନ୍ତି ବୋଲି ସିଦୋଡିଆ କହିଛନ୍ତି ।

Leave A Reply

Your email address will not be published.