Latest Odisha News

ସାମ୍ପୁ ଲଗାଇ ଗାଧୋଉଛି କିଙ୍ଗ୍ କୋବ୍ରା: ଭିଡ଼ିଓ ଭାଇରାଲ

ଲୋକମାନେ ଗୃହପାଳିତ ପଶୁମାନଙ୍କର ଯତ୍ନ ନିଅନ୍ତି । ଲୋକେ ଘରେ ରଖିଥିବା କୁକୁର, ବିଲେଇ, ଗାଈ ଏବଂ ଛେଳିକୁ ଗାଧୋଇ ଦେଉଥିବା ଦେଖିଥିବେ । ଆମେ ସମସ୍ତେ ଜାଣିଛେ ସାପମାନେ ପାଣିରେ ରୁହନ୍ତି । କିନ୍ତୁ ସାପକୁ ସାମ୍ପୁ ଲଗାଇ ଗାଧୋଉଥିବା କେବେ ଦେଖିଛନ୍ତି ? ଏହାର ଏକ ଭିଡିଓ ଏବେ ଭାଇରାଲ ହେଉଛି, ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଥିରେ ଜଣେ ବ୍ୟକ୍ତି ଶାମ୍ପୁ ଲଗାଇ କିଙ୍ଗ କୋବ୍ରାକୁ ଗାଧୋଇ ଦେଉଥିବା ଦେଖିବାକୁ ମିଳିଛି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ କିଙ୍ଗ୍ କୋବ୍ରା ଚଟାଣରେ ଲମ୍ବ ହୋଇ ଶୋଇ ରହିଛି । ଜଣେ ବ୍ୟକ୍ତି ଏହି ସାପର ଶରୀରରେ ସାମ୍ପୁ ଲଗାଇ ଘସି ଦେଉଛନ୍ତି । ପରେ ପାଇପ ସାହାଯ୍ୟରେ ପାଣି ପକାଇ ଗାଧୋଇ ଦେଉଛନ୍ତି । ଏହି ବିପଜ୍ଜନକ ସାପଟି ଶାନ୍ତ ସରଳ ଭାବେ ଦେଖାଇ ଦେଉଛି । ବ୍ୟକ୍ତି ଜଣକ ଏହି କିଙ୍ଗ୍ କୋବ୍ରାର ମୁଣ୍ଡରୁ ଲାଞ୍ଜ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଫା କରି ଦେଉଛନ୍ତି । ଗାଧୋଇ ସାରିବା ପରେ ସାପଟି ଧୀରେ ଧୀରେ ପାହାଚ ତଳକୁ ଚାଲିଯାଉଛି ।

ଏହି ଭିଡ଼ିଓକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହେବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଏପରି ବିପଜ୍ଜନକ ସାପ ସହ ଏମିତି ଭୁଲ କରିବା ଉଚିତ୍ ନୁହେଁ ବୋଲି ଅନେକ ମତ ରଖିଛନ୍ତି ।

Leave A Reply

Your email address will not be published.