Latest Odisha News

BREAKING NEWS

ଅମୃତସରରେ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମରେ ସମ୍ ଫିଜିଓ ଥେରାପିଷ୍ଟ ସମ୍ମାନିତ

ଭୁବନେଶ୍ବର : ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ସ୍ଥିତିପ୍ରଜ୍ଞା ଦଳବେହେରାଙ୍କୁ ‘ଦ ଫିଜିଓ ଲିଜେଣ୍ଡ ଆୱାର୍ଡ – ସିକନ୍ଦର ଅଫ୍‌ ଫିଜିଓ’ ସମ୍ମାନରେ ସମ୍ମାନିତ କରାଯାଇଛି । ସ୍ପୋର୍ଟସ କନେକ୍ଟ ପକ୍ଷରୁ ଅମୃତସର ଠାରେ ଆୟୋଜିତ ଦୁଇ ଦିନିଆ ଫିଜିଓ ଥେରାପିଷ୍ଟ ସମ୍ମିଳନୀରେ ଡାକ୍ତର ଦଳବେହେରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଫିଜିଓ ଥେରାପି କ୍ଷେତ୍ରରେ ଗତ ୨୩ ବର୍ଷ ଧରି ଉଚ୍ଚକୋଟୀର ଅବଦାନ ପାଇଁ ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ଓମ୍‌ ପ୍ରକାଶ ସୋନୀଙ୍କ ଠାରୁ ଡାକ୍ତର ଦଳବେହେରା ଏହି ସମ୍ମାନ ଗ୍ରହଣ କରିଛନ୍ତି ।

ଅର୍ଥୋପେଡିକ୍‌ ଫିଜିଓଥେରାପି, ସ୍ପୋର୍ଟସ ଏବଂ ମସ୍କୁଲୋସ୍କେଲିଟାଲ୍‌ ଫିଜିଓଥେରାପି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଡାକ୍ତର ରୁଚି ଭର୍ସନେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଉଚ୍ଚ ପ୍ରଶଂସା କରାଯାଇଥିଲା । ସାରା ଦେଶରୁ ପ୍ରାୟ ୧୫୦୦ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.