Latest Odisha News

BREAKING NEWS

ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ

ସମ୍ୱଲପୁର: ରଙ୍ଗବତୀ ଗୀତର ଗୀତିକାର ତଥା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ସମ୍ୱଲପୁର ମେଡିକାଲରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ମିତ୍ରଭାନୁ ଗୌନ୍ତିଆ ଜଣେ ଓଡ଼ିଆ ଓ ସମ୍ବଲପୁରୀ ଗୀତିକାର ଓ ନାଟ୍ୟକାର । ସେ ଜଣେ  ମଣିଷର ଜୀବନଧାରା ଓ ନିତିଦିନିଆ ଚଳଣି ଓ ସାମାଜିକ ପରମ୍ପରାକୁ ନେଇ ଅନେକ ସମ୍ବଲପୁରୀ ଗୀତ ଓ ଗୀତିନାଟ୍ୟ ରଚନା କରିଛନ୍ତି ।

୨୦୨୦ ମସିହା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିିଳିଛି । ତାଙ୍କ ଦ୍ବାରା ରଚିତ ରଙ୍ଗବତୀ ଗୀତ ବେଶ୍ ପ୍ରସିଦ୍ଧି ଲାଭ କରିଛି ।

 

Leave A Reply

Your email address will not be published.