Latest Odisha News

BREAKING NEWS

କଲବଲ କରୁଛି ଖରା; ଯାଜପୁରରେ ଆଜିଠୁ ଆସନ୍ତା ୨୫ ଯାଏଁ ସ୍କୁଲ ଛୁଟି

ଯାଜପୁର: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ । ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ରାଜ୍ୟର ଅନେକ ଜିଲ୍ଲାରେ କିଛି ନିର୍ଦ୍ଧିଷ୍ଟ ସମୟ ପାଇଁ ସ୍କୁଲ ବନ୍ଦ ରହିଥିବାବେଳେ, ଏବେ ଯାଜପୁର ଜିଲ୍ଲାରେ ଆଜି ଠାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।

ପ୍ରବଳ ଖରା ଯୋଗୁ ଛାତ୍ରଛାତ୍ରୀଙ୍କ ସ୍ବସ୍ଥ୍ୟାବସ୍ଥାକୁ ଗୁରୁତ୍ୱ ଦେଇ ଜିଲ୍ଲାପାଳ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ରାଜ୍ୟରେ ପ୍ରବଳ ତାତି ସାଙ୍ଗକୁ କଲବଲ କରୁଛି ଗୁଳଗୁଳି । ଗତ କିଛି ଦିନ ହେବ ଯାଜପୁର ଜିଲ୍ଲାରେ ମଧ୍ୟ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । କୋମଳମତି ଶିଶୁମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଅଭିଭାବକ ମହଲରୁ ଆସିଥିବା ଅନୁରୋଧ ଓ ପାଣିପାଗ ସ୍ଥିତିକୁ ସମୀକ୍ଷା କରି ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି ।

ଆଗାମୀ ଦିନରେ ସ୍ଥିତିକୁ ଦେଖି ଛୁଟି ଅବଧି ବୃଦ୍ଧି କରାଯିବ କି ନାହିଁ, ସେ ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି । ତେବେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ କେବଳ ପରୀକ୍ଷା ଗୁଡ଼ିକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.