Latest Odisha News

ଏବେ ଫେରିବେନି ସୁନୀତା: ଆହୁରି ବିଳମ୍ବ….ସ୍ଥଗିତ ରହିଲା ମିଶନ୍

ନୂଆଦିଲ୍ଲୀ: ଏବେ ଫେରିବନି ସୁନୀତା ଓ ତଙ୍କ ସାଥି । ଆହୁରି ବିଳମ୍ବ ହେବ । ନାସା ଏବଂ ସ୍ପେସଏକ୍ସ କ୍ରୁ-୧୦ ଲଞ୍ଚକୁ ସ୍ଥଗିତ ରଖିଥିବାରୁ ଷ୍ଟାରଲାଇନର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ଆହୁରି ବିଳମ୍ବ ହୋଇଛି । ତେବେ କ୍ରୁ-୧୦ ହେଉଛି କ୍ରୁ-୯ ଦଳର ଏକ ଅଂଶ, ଯାହା ଆଇଏସଏସରେ ନପହଞ୍ଚିଲେ, କ୍ରୁ-୯ ମହାକାଶରୁ ଫେରିପାରିବ ନାହିଁ ।

ତେବେ କୁହାଯାଉଥିଲା ନାସା ଏବଂ ସ୍ପେସଏକ୍ସ ମିଳିତ ଭାବେ ଏହି କ୍ରୁ-୧୦ ଲଞ୍ଚକୁ ମାର୍ଚ୍ଚ ୧୩ରେ ଧାର୍ଯ୍ୟ କରିଥିଲେ । ହେଲେ କୌଣସି କାରଣବଶତଃ ଏହା ବର୍ତ୍ତମାନ ବାତିଲ୍ କରାଯାଇଛି । ଯେଉଁକାରଣରୁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରୁ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କ ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ ପୁଣି ଥରେ ବିଳମ୍ବିତ ହୋଇଛି ।

ତେବେ ଏନେଇ ନାସା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ପେସଏକ୍ସ ଏହାର କ୍ରୁ-୧୦ ମିଶନର ଲଞ୍ଚକୁ ସ୍କ୍ରୁବ୍ କରିବା ପରେ ଏହି ସଦ୍ୟତମ ବିଳମ୍ବ ହୋଇଛି । ଯାହା ବର୍ତ୍ତମାନର କ୍ରୁକୁ ବଦଳାଇ ୱିଲିୟମ୍ସ ଏବଂ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପଥ ପ୍ରସ୍ତୁତ କରିଥିଲା । ହେଲେ ଫଲକନ୍ ୯ ରକେଟ୍ ପାଇଁ ଲାଗିଥିବା ଭୂମି ସମର୍ଥନ କ୍ଲାମ୍ପ ଆର୍ମରେ ହଠାତ୍ କିଛି ଯାନ୍ତ୍ରିକ ସମସ୍ୟା ଦେଖାଯାଇଥିଲା । ଯେଉଁ କାରଣୁ ପୁଣି ଥରେ ଏହାର ଲଞ୍ଚକୁ ବାତିଲ କରାଯାଇଥିଲା । ଯାହାକୁ ନେଇ ନାସା କହିଛି, ପରବର୍ତ୍ତୀ ଲଞ୍ଚ ଶନିବାର ପୂର୍ବରୁ ନହୋଇପାରେ । ସମସ୍ୟାର ସମାଧାନ ନେଇ କାମ ଚାଲିଛି ।

ତେବେ ଯଦି ଶନିବାର ଦିନ କ୍ରୁ-୧୦ ମିଶନ୍ ସଫଳତାର ସହ ଲଞ୍ଚ ହୁଏ, ତେବେ ସୁନୀତା ଏବଂ ତାଙ୍କ ସାଥି ୱିଲମୋର୍ ମାର୍ଚ୍ଚ ୨୦ ପରେ ଆଇଏସଏସ ଛାଡିବେ ବୋଲି ଆଶା କରାଯାଉଛି ।

ସେପଟେ ଦିନ ଗଡି ଗଡି ଯାଉଥିବାରୁ ସ୍ଥିତି ମଧ୍ୟ ବିଗିଡିବାରେ ଲାଗିଛି । ୱିଲିୟମ୍ସ, ସାଥୀ ମହାକାଶଚାରୀ ବୁଚ୍ ୱିଲମୋରଙ୍କ ସହିତ, ବୋଇଂର ତ୍ରୁଟିପୂର୍ଣ୍ଣ ଷ୍ଟାରଲାଇନର୍ ମହାକାଶଯାନରେ ଯାତ୍ରା କରିବା ପରେ ନଅ ମାସ ଧରି ମହାକାଶରେ ଫସି ରହିଛନ୍ତି । ମାତ୍ର ୮ ଦିନ ପାଇଁ କରିଥିବା ଏ ଯାତ୍ରା, ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେମାନଙ୍କର ଦୀର୍ଘ ରହଣି ଅବଧିକୁ ଆହୁରି ବୃଦ୍ଧି  କରିଛି । ଯାହା ତାଙ୍କ ପାଇଁ ଅନେକ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ ।

ସେପଟେ ବିଳମ୍ବ ସତ୍ତ୍ୱେ, ନାସା ଗୁରୁତ୍ୱ ଦେଇଛି ଯେ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା, ନାସାର ସର୍ବୋଚ୍ଚ ପ୍ରାଥମିକତା ରହିଛି । ମହାକାଶ ଷ୍ଟେସନର ଅପଡେଟ୍ ଅନୁଯାୟୀ, କ୍ରୁଙ୍କ ପାଖରେ ସୁରକ୍ଷିତ ଭାବରେ ସେମାନଙ୍କର କାର୍ଯ୍ୟ ଜାରି ରଖିବା ପାଇଁ ସମସ୍ତ ଆବଶ୍ୟକୀୟ ସମ୍ବଳ ମହଜୁଦ୍ ରହିଛି ।

Comments are closed.