Latest Odisha News

BREAKING NEWS

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ଟିଆଇ ପରେଡ ଶେଷ, ୫ ଅଭିଯୁକ୍ତଙ୍କୁ ଚିହ୍ନିଲେ ୩ ଜଣ ସାକ୍ଷୀ

ଭଦ୍ରକ : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା ଦିନକୁ ଦିନ ଭିନ୍ନ ମୋଡ ନେଉଛି । କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆରମ୍ଭ ହୋଇଥିବା ଟି ଆଇ ପରେଡ ଶେଷ ହୋଇଛି । ଭଦ୍ରକ ଜେଲରେ ଘଟଣାର ୫ ଜଣ ଅଭିଯୁକ୍ତଙ୍କ ଟିଆଇ ପରେଡ କରାଯାଇଥିଲା । ଜେଏମଏଫସି ଙ୍କ ଉପସ୍ଥିତି ରେ ଟିଆଇ ପରେଡ କରାଯାଇଥିଲା ।

୨୦ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ଚିହ୍ନିଲେ ଘଟଣାର ୩ ଜଣ ସାକ୍ଷୀ ।୫ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଥିଲେ ଶର୍ମିଷ୍ଠା , ଝୁନା,ସହ ବିବେକ ଓ ରାଜ । ଏହି ୫ ଜଣଙ୍କୁ ସାକ୍ଷୀ ମାନେ ଚିହ୍ନି ପାରିଥିଲେ ।ହେଲେ ଅନ୍ୟତମ ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କ ହୋଇପାରିନଥିଲା ଟିଆଇ ପରେଡ । ଯେହେତୁ ନିରଞ୍ଜନ ଜଣେ ଚର୍ଚ୍ଚିତ ଲୋକ ସେଥିପାଇଁ ତାଙ୍କର ଟିଆଇ ପରେଡ କରାଯାଇନଥିଲା ।ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ ଗତ ମାର୍ଚ୍ଚ ମାସ ୭ ତାରିଖ ଦିନ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ କରାଯାଇଥିଲା । ଭଦ୍ରକ ଚାନ୍ଦବାଲିରୁ ମାନସଙ୍କୁ ଅପରହଣ କରାଯାଇ ଭୁବନେଶ୍ୱର ସୁନ୍ଦରପଦା ସ୍ଥିତ ଦୟାଲ ଆଶ୍ରମରେ ମାନସଙ୍କୁ ହତ୍ୟା କରାଯାଇଥିଲ। ଏନେଇ ପୂର୍ବରୁ ଅଭିଯୁକ୍ତ ମାନଙ୍କୁ ନେଇ ସିନ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ୍ ଟିମ୍ । ତେବେ ଏହି ଘଟଣାରେ ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା

Leave A Reply

Your email address will not be published.