Latest Odisha News

BREAKING NEWS

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଭାସମାନ ହୋଟେଲ ଭେଲି ଲେକ୍ ଫ୍ଲୋଟିଲା

କେରଳ: ସାରା ବିଶ୍ୱରେ ମଣିଷ ଏମିତି କିଛି ନୂଆ ନିର୍ମାଣର ଉଦ୍ୟମ କରିଛି, ଯାହା ଯେ କେହି ଶୁଣିଲେ ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । କାରଣ ଏଥିରେ ପ୍ରୟୋଗ ହୋଇଥାଏ ଏଭଳି କାରିଗରି କୌଶଳ ଯାହା ଲୋକଙ୍କ ଭାବନାଠାରୁ ବହୁ ଊର୍ଦ୍ଧ୍ୱରେ । ଏଇ ଯେମିତି ଭାସମାନ ହୋଟେଲ । ବିଶ୍ୱରେ ଏମିତି କିଛି ପ୍ରସିଦ୍ଧି ଲାଭ କରିଥିବା ଚର୍ଚ୍ଚିତ ଫ୍ଲୋଟିଂ ରେଷ୍ଟୁରାଂଟ ବା ଭାସମାନ ହୋଟେଲ ରହିଛି, ଯାହାର ନିର୍ମାଣ ଶୈଳୀଠାରୁ ଆରମ୍ଭ କରି ପରିଚାଳନା ଉଦ୍ୟମ ସବୁକିଛି ସ୍ୱତନ୍ତ୍ର । ଆମେ ଆପଣଙ୍କୁ ଏମିତି ଏକ ଭାସମାନ ହୋଟେଲ ବିଷୟରେ କହୁଛୁ, ଯାହା ଖାଦ୍ୟ ଓ ଭ୍ରମଣପ୍ରିୟ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରି ପାରିଛି ।

କେରଳର ଭେଲି ଲେକ୍‌ରେ ରହିଛି ଭେଲି ଲେକ୍ ଫ୍ଲୋଟିଲା ନାମକ ସ୍ୱତନ୍ତ୍ର ଭାସମାନ ହୋଟେଲ, ଯାହା ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଏହି ହୋଟେଲ ଥିରୁବନନ୍ତପୁରମ୍‌ଠାରୁ ୮ କିଲୋମିଟର ଦୂରରେ ଅବସ୍ଥିତ । ହୋଟେଲଟି ଦେଖିବାକୁ ଅତ୍ୟନ୍ତ ଆକର୍ଷଣୀୟ । ଦିନରେ ଏହା ସୁନ୍ଦର ହୋଟେଲ ଭାବେ ଦୃଶ୍ୟମାନ ହେଉଥିବା ବେଳେ ରାତିରେ ଏହା ଆଲୁଅର ଚମକ୍ ଭିତରେ ଏହା ଏକ ଭାସମାନ ବିରାଟକାୟ ତରୀ ଭଳି ଦୃଶ୍ୟମାନ ହୋଇଥାଏ । ଏହାବାଦ୍ ହୋଟେଲର ସ୍ୱାତନ୍ତ୍ର ହେଲା ଏଠାରେ ପର୍ଯ୍ୟଟକଙ୍କୁ ପରସା ଯାଉଥିବା ଖାଦ୍ୟରେ କେବଳ କେରଳ ରାଜ୍ୟରେ ପ୍ରସ୍ତୁତ ମସଲା ହିଁ ବ୍ୟବହାର କରାଯାଇଥାଏ । ବାହାର ରାଜ୍ୟର କୌଣସି ମସଲା ସାମଗ୍ରୀକୁ ଏଠାରେ ବ୍ୟବହାର କରାଯାଏ ନାହିଁ । ମୋଟ ଉପରେ ସୁନ୍ଦର,ଆକର୍ଷଣୀୟ ଅବସ୍ଥିତି ସହିତ ସ୍ୱତନ୍ତ୍ର ବ୍ୟଞ୍ଜନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।

Leave A Reply

Your email address will not be published.