Latest Odisha News

BREAKING NEWS

କୋଲକାତାରେ ଗ୍ରାଜୁଏସନ କରିବେ ସନ୍ନି ଲିଓନି !

କୋଲକାତା: ଅଭିନୟ ସହ କଲେଜରେ ପଢିବେ ସନ୍ନି ଲିଓନି । ଏପରିକି ମେରିଟ୍ ଲିଷ୍ଟରେ ବି ତାଙ୍କ ନାଁ ରହିଛି । ଏହି ଖବରକୁ ନେଇ ଆମ ପାଖରେ କୌଣସି ଦଲିଲ ନାହିଁ । ହେଲେ କୋଲକାତାର ଏକ କଲେଜର ଇଂଗ୍ଲିସ୍ ଅନର୍ସ ମେରିଟ୍ ଲିଷ୍ଟରେ ତାଙ୍କ ନାଁ ସାମ୍ନାକୁ ଆସିଛି ।

କୋଲକାତାର ଆଶୁତୋଷ କଲେଜ । ଏହି କଲେଜରେ ପ୍ରକାଶ ପାଇଥିବା ବିଏ ଅନର୍ସର ପ୍ରଥମ ମେରିଟ୍ ଲିଷ୍ଟରେ ସନ୍ନି ଲିଓନିଙ୍କ ନାଁ ସ୍ପଷ୍ଟ ଭାବେ ଦେଖାଯାଇପାରେ । ଗୁରୁବାର ଦିନ ଏହି ଘଟଣା ସାମ୍ନାକୁ ଆସିଥିଲା । ତାଲିକାରେ ସନ୍ନି ଲିଓନିଙ୍କ ନାଁ ସବୁଠୁ ଉପରେ ରହିଥିଲା । ଏପରିକି ଆପ୍ଲିକେସନ୍ ଆଇଡି ଓ ରୋଲ୍ ନମ୍ବର ସମେତ ଚଳିତବର୍ଷ ସନ୍ନି ପଶ୍ଚିମବଙ୍ଗ କାଉନସିଲ ଅଧିନରେ ଯୁକ୍ତ୨ ପାସ୍ କରିଥିବା ମଧ୍ୟ ଉଲ୍ଲେଖ ରହିଥିଲା ।

ତାଲିକାରେ ସନ୍ନି ୪ଟି ବିଷୟରେ ୪୦୦ମାର୍କ ରଖିଥିବା ନେଇ ପ୍ରକାଶ ପାଇଥିଲା । ସୋସିଆଲ ମିଡିଆରେ ଏହି ତାଲିକା ଏବେ ଭାଇରାଲ୍ ହୋଇଛି । ଏପରିକି ସନ୍ନି ଲିଓନି ବି ଏକ ଟୁଇଟ୍ ଜରିଆରେ ଏହାର ଜବାବ ଦେଇଥିଲେ । ଅନ୍ୟପଟେ କଲେଜ କର୍ତ୍ତୃପକ୍ଷଙ୍କ ଅନୁଯାୟୀ କେହି ଜଣେ ଜାଣିଶୁଣି ଫର୍ମରେ ସନ୍ନି ଲିଓନିଙ୍କ ନାଁ ଲେଖି ଏପରି କାଣ୍ଡ ଘଟାଇଛି । ଏହି ମାମଲାର ତଦନ୍ତ ଚାଲୁଥିବାବେଳେ ତାଲିକାରେ ସନ୍ନିଙ୍କ ନାଁକୁ ହଟାଇ ଦିଆଯାଇଛି ।

Leave A Reply

Your email address will not be published.