Latest Odisha News

ସୁଶାନ୍ତ ସିଂ ରାଜପୁତ ମାମଲା: ସିଦ୍ଧାର୍ଥ,ଦୀପେଶ ସରକାରୀ ସାକ୍ଷୀ ହେବାକୁ ପ୍ରସ୍ତୁତ !

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ କେସ ଶୁକ୍ରବାର ନୂଆ ମୋଡ ନେଇଛି । ଏକ ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ ଅନୁସାରେ ସିଦ୍ଧାର୍ଥ ପୀଠାନୀ ଓ ଦୀପେଶ ସାଓ୍ବନ୍ତ ସରକାରୀ ସାକ୍ଷୀ ହେବାକୁ ପ୍ରସ୍ତୁତ ହୋଇଯାଇଛନ୍ତି । ସିବିଆଇର ସମନ ପରେ ରିୟା ରିୟା ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ଫ୍ଲାଟମେଟ୍ ସିଦ୍ଧାର୍ଥ ପୀଠାନୀ, ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡା, କୁକ୍ ନୀରଜ୍, ଦୀପେଶ ସାଓ୍ବନ୍ତ, କେଶଙ୍କୁ ମଧ୍ୟ ପଚରାଉଚରା ହେଉଛି । ସିବିଆଇ ଅଧିକାରୀଙ୍କ ସହିତ ଫରେନସିକ୍ ଏକ୍ସପର୍ଟ ମଧ୍ୟ ଗେଷ୍ଟ ହାଉସରେ ରହିଛନ୍ତି । ଏହି ଦୁଇଟି ଆଙ୍ଗେଲକୁ ଆଧାର କରି ସିବିଆଇ ନିଜର ପ୍ରଶ୍ନ ପ୍ରସ୍ତୁତ କରୁଛି ।

ସିଦ୍ଧାର୍ଥ ଓ ଦୀପେଶ ସରକାରୀ ସିବିଆଇକୁ ଅନୁରୋଧ କରିଥିଲେ ସେମାନେ ସରକାରୀ ସାକ୍ଷୀ ହେବାକୁ ଚାହାନ୍ତି । ଯଦି ଏଭଳି ହୁଏ ତେବେ ମାମଲାରେ ନୂଆ ମୋଡ ଆସିପାରେ, କାରଣ ସିଦ୍ଧାର୍ଥ ଓ ଦୀପେଶ ଦୁହେଁ ୮-୧୪ ଜୁନ୍ ସୁଶାନ୍ତଙ୍କ ସହିତ ତାଙ୍କ ଘରେ ଥିଲେ । ସିବିଆଇ ରିୟାଙ୍କୁ ପ୍ରାୟ ୫ ଘଣ୍ଟା ଧରି ପଚରା ଉଚରା ଜାରି ରଖିଛି ।

Leave A Reply

Your email address will not be published.