Latest Odisha News

BREAKING NEWS

ସୁପରଷ୍ଟର ୟଶ ଦୋକାନକୁ ଯାଇ କିଣିଲେ ଚକୋଲେଟ, ପ୍ରଶଂସକ ସ୍ତବ୍ଧ

ବାଙ୍ଗାଲୋର: କୌଣସି ବଡ ସୁପରଷ୍ଟାରକୁ ଆପଣମାନେ ସାଧାରଣ ଏକ ଜେନେରାଲ ଷ୍ଟୋରରେ ନିଜେ ଯାଇ ପତ୍ନୀଙ୍କ ପାଇଁ ଚକୋଲେଟ କିଣିବା ଦେଖିଛନ୍ତି । ଏହାର ଅଧିକାଂଶ ଉତର ନାଁ ହେବ । ତେବେ କନ୍ନଡ ସୁପରଷ୍ଟାର ୟଶ ସ୍ଥାନୀୟ ଏକ ମନ୍ଦିରକୁ ଯିବା ସମୟରେ ବାଟରୁ ପତ୍ନୀଙ୍କ ପାଇଁ ନିଜେ ଯାଇ ଏକ ଆଇସକ୍ୟାଣ୍ଡି କିଣିଥିଲେ । ତାଙ୍କର ସାଧାରଣ ଚଳଣି ପ୍ରଶଂସକଙ୍କ ମନ ମୋହିବାରେ ସଫଳ ହୋଇଛି । କେହି ଜଣେ ଏହାର ଫଟୋ ଉଠାଇଥିଲେ । ସୋସିଆଲ ମିଡିଆରେ ଏହା ଶେୟାର ହେବା ପରେ ଭାଇରାଲ ହେବାରେ ଲାଗିଛି । ୨୦୦୭ରେ ନନ୍ଦା ଗୋକୁଳ ଫିଲ୍ମ ଅବସରରେ ୟଶ ଏବଂ ରାଧିକା ପଣ୍ଡିତ ପରସ୍ପରକୁ ଭଲ ପାଇଥିଲେ ।

ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ଉଭୟ ୨୦୧୬ରେ ବିବାହ କରିଥିଲେ । ଏଥିରେ କେବଳ ତାଙ୍କ ପରିବାର ଓ ବନ୍ଧୁ ସାମିଲ ହୋଇଥିଲେ । ସେମାନଙ୍କର ଆର୍ଯ୍ୟ ଓ ୟଥର୍ବ ନାମକ ଦୁଇ ସନ୍ତାନ ଅଛନ୍ତି । କେଜିଏଫ ଫିଲ୍ମ ପରେ ୟଶ ସାରା ଭାରତରେ ଲୋକପ୍ରିୟ ହୀରୋ ସାଜିଛନ୍ତି । ସେ ଏବେ ଗୀତୁ ମୋହନଦାସଙ୍କ ଟକ୍ସିକ ଫିଲ୍ମରେ ଅଭିୟନ କରିବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି ।

Leave A Reply

Your email address will not be published.