Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଜରାଶ୍ରମ ଅନ୍ତେବାସୀଙ୍କ ସହ ରଜ ପାଳିଲା ସପୋର୍ଟିଂ ଆଣ୍ଡ ହେଲ୍ପିଂ ଗ୍ରୁପ୍

ପାରାଦୀପ: ହାତରେ ମେହେନ୍ଦୀ, ମଥାରେ କୁକୁମ । ଜରାଶ୍ରମରେ ରଜ । ଏମାନଙ୍କ ପାଖରେ ନିଜର ପରିବାର ନାହିଁ ସତ କିନ୍ତୁ ୟେ ଜରାଶ୍ରମ ଏମାନଙ୍କ ଲାଗି ପରିବାର ଠୁ ବଡ଼ । ରଜକୁ ନେଇ ପୂରପଲ୍ଲୀ କମ୍ପୁଥିବା ବେଳେ ଜରାଶ୍ରମରେ ଫିକା ପଡ଼ିନି ମାହୋଲ୍ । ପରିବାର ଠାରୁ ଅଲଗା ଥିଲେ ବି ସେମାନେ ରଜ ପାଳିଛନ୍ତି । ରଜରେ ନୂଆ ଡ୍ରେସ୍ ପିନ୍ଧିବା ସହ ସଜେଇ ହୋଇଛନ୍ତି । ଜରାଶ୍ରମର ଅନ୍ତେବାସୀଙ୍କ ମନରେ ରଜରେ ଖୁସି ଭରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ ସପୋର୍ଟିଂ ଆଣ୍ଡ ହେଲ୍ପିଂ ଗ୍ରୁପ୍ ।

ପାରାଦୀପ ବାଲିଝରା ସ୍ଥିତ ମା’ ତାରିଣୀ ବୃଦ୍ଧାଶ୍ରମରେ ରହୁଥିବା ୫୦ରୁ ଅଧିକ ବୃଦ୍ଧବୃଦ୍ଧା ରଜ ପାଳିଛନ୍ତି । ପୁରୁଷ ନୂଆ ଲୁଗା, ଗାମୁଛା ଓ ଲୁଙ୍ଗି ପିନ୍ଧିଥିବା ବେଳେ ମହିଳା ମାନଙ୍କୁ ଅଳତା, କୁକୁମ୍ ଲଗାଇ ସଜା ଯାଇଛି । ଜରାଶ୍ରମର ଅନ୍ତେବାସୀଙ୍କ ସହ ରାଜ ପାଳିଛନ୍ତି ସପୋର୍ଟିଂ ଆଣ୍ଡ ହେଲ୍ପିଂ ଗ୍ରୁପ୍ ସଦସ୍ୟ । ସଂଗଠନର ଏଭଳି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.