Latest Odisha News

BREAKING NEWS

ସମସ୍ତ ମହିଳାଙ୍କୁ ଗର୍ଭପାତ ଅଧିକାର ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ଆଜି ଭାରତର ମହିଳାମାନଙ୍କୁ ଏକ ବଡ ଅଧିକାର ପ୍ରଦାନ କରିଛନ୍ତି । ଏହା ଅନୁସାରେ ବିବାହିତ ଓ ଅବିବାହିତ ସମସ୍ତ ମହିଳା ନିଜ ଇଚ୍ଛା ଅନୁସାରେ ଗର୍ଭପାତ କରିପାରିବେ । ମେଡିକାଲ ଟିର୍ମନେଶନ ଅଫ ପ୍ରେଗେନ୍ସି ଆକ୍ଟ ଅନୁସାରେ ୨୪ ସପ୍ତାହ ପର୍ଯ୍ୟନ୍ତ ସମସ୍ତଙ୍କୁ ଗର୍ଭପାତ ଅଧିକାର ମିଳିବ । ସୁପ୍ରିମକୋର୍ଟଙ୍କ ଅନୁସାରେ କୌଣସି ମହିଳାଙ୍କ ବୈବାହିକ ସ୍ଥିତି ତାର ଗର୍ଭପାତ ଅଧିକାରକୁ ବଂଚିତ କରାଇ ପାରିବ ପାହିଁ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତି ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି । ଏହା ଦ୍ୱାରା ଜଣେ ମହିଳା ତାର ନିଜ ଇଚ୍ଛା ଅନୁସାରରେ ଜୀବନର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିପାରିବ ।

ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ଏଏସ ବୋପାନ୍ନା ଓ ଜେପି ପରିଡୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣୀ କରିଛନ୍ତି । ଗତ ମାସରେ ସୁପ୍ରିମକୋର୍ଟ ଜଣେ ୨୫ ବର୍ଷୀୟ ମହିଳାଙ୍କୁ ୨୪ ସପ୍ତାହ ପରେ ଗର୍ଭପାତ ଅନୁମତି ଦେଇ ଚର୍ଚ୍ଚାକୁ ଆସିଥିଲେ । ଏହାକୁ ବିରୋଧ କରି ଅଭିଯୋଗ କରାଯାଇଥିଲା । ଯାହାର ଶୁଣାଣୀ କରି ସୁପ୍ରିମକୋର୍ଟ ଉପରୋକ୍ତ ଶୁଣାଣୀ କରିଛନ୍ତି ।

Leave A Reply

Your email address will not be published.