Latest Odisha News

BREAKING NEWS

ସାବଧାନ! ଏହି ନୂତନ ମାଲୱେର ହ୍ୟାକ କରୁଛି କ୍ରେଡିଟ କାର୍ଡ, ପାସୱାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ

ଓଡିଶା ସମ୍ବାଦ ବ୍ୟୁରୋ: ଇଣ୍ଟର୍ନେଟ ଜଗତରେ ଗତ କିଛି ଦିନ ହେବ ନୂତନ ମାଲୱେର ଏରବିୟମ ନାମକ ଭାଇରସ ଚହଳ ସୃଷ୍ଟି କରିଛି। ଏହି ମାଲୱେର ଲୋକପ୍ରିୟ ଭିଡିଓ ଗେମ୍ ମାଧ୍ୟମରେ କ୍ଷତି ଘଟାଉଛି ଏବଂ ଲୋକଙ୍କ କ୍ରେଡିଟ୍ କାର୍ଡ ସୂଚନା, ପାସୱାର୍ଡ ଆଦି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରୁଛି। ଏହା ବ୍ୟତୀତ ଏହି ମାଲୱେର ୟୁଜର୍ସଙ୍କ କ୍ରିପ୍ଟୋକରେନ୍ସି ୱାଲେଟକୁ ମଧ୍ୟ ହ୍ୟାକ୍ କରୁଛି।

ଏରବିୟମ ହେଉଛି ଏକ ମାଲୱେର୍-ଏସ୍-ସର୍ଭିସ୍ (MaaS) ଯାହାର ଅର୍ଥ ହେଉଛି ଯେଉଁ ବ୍ୟକ୍ତି ଅଧିକ ଟଙ୍କା ରଖନ୍ତି ସେ ଏରବିୟମକୁ ବ୍ୟବହାର କରିପାରିବେ। ସାଇବରକ୍ରାଇମ ଇଣ୍ଡଷ୍ଟ୍ରୀରେ ଏରବିୟମ ନାମକ ମାଲୱେରର ଲୋକପ୍ରିୟତା ଦୃତଗତିରେ ବଢିବାରେ ଲାଗିଛି। କାରଣ ଏହା ଦ୍ୱାରା ଶୀଘ୍ର ଅପଡେଟ ଏବଂ ଫଙ୍ଗସନାଲିଟି ହୁଏ। ଏପରିକି ଏହି ମାଲୱେର୍ ‘କଷ୍ଟମର ସପର୍ଟ’ ସହିତ ମଧ୍ୟ ଆସିଥାଏ। ଏରବିୟମ ଏକ ସର୍ଭିସ ପ୍ରୋଗ୍ରାମ, ଯାହାକୁ ବ୍ୟବହାର କରି ଅନ୍ୟ ବ୍ୟକ୍ତିଙ୍କ ସମସ୍ୟ ତଥ୍ୟ ସହଜରେ ଚୋରି କରି ହେବ।

ପ୍ରାରମ୍ଭରେ ଏରବିୟମ୍ ମାଲୱେର୍ ପ୍ରତି ସପ୍ତାହରେ ୯ ଡଲାର (ପ୍ରାୟ ୭୩୭ ଟଙ୍କା) ପ୍ରତି ସପ୍ତାହର ସବସ୍କ୍ରିସନରେ କିଣାଯାଉଥିଲା। କିନ୍ତୁ ପରେ ଏହାର ଲୋକପ୍ରିୟତା ବଢିବାରୁ ଏହାର ମୂଲ୍ୟ ବର୍ତ୍ତମାନ ପ୍ରତି ମାସରେ ୧୦୦ ଡଲାର (ପ୍ରାୟ ୮,୨୦୦ ଟଙ୍କା) କୁ ବୃଦ୍ଧି ପାଇଛି। ଏହା ବ୍ୟତୀତ ଏହି ମାଲୱେୟାରର ଲାଇସେନ୍ସକୁ ୧୦୦୦ ଡଲାର (ପ୍ରାୟ ୮,୯୦୦ ଟଙ୍କା) ଏକ ବର୍ଷ ପାଇଁ ନିଆଯାଇପାରିବ।

ଏହି ମାଲୱେର୍ ଜୁଲାଇ ୨୦୨୨ ଠାରୁ କିଛି ଋଷ ୱେବସାଇଟରେ ଦେଖାଯାଇଥିଲା, କିନ୍ତୁ ଅନୁସନ୍ଧାନକାରୀମାନେ ମଧ୍ୟ ଜାଣି ନାହାଁନ୍ତି ଯେ ଏହି ମାଲୱେର୍ ପ୍ରଥମେ କେଉଁଠାରେ ଇନଷ୍ଟଲ ହୋଇଥିଲା। ରେଡଲାଇନ୍ ମାଲୱେର୍ ତୁଳନାରେ ଏରବିୟମ୍ ମୂଲ୍ୟର ଏକ-ତୃତୀୟାଂଶ ଦେଇଥାଏ। ଅର୍ଥାତ୍ ଏହା ସାଇବର ଅପରାଧୀଙ୍କ ପାଇଁ ଅଧିକ ପସନ୍ଦର ଏକ ଟୁଲ ହୋଇପାରିଛି।

ଅନ୍ୟାନ୍ୟ ମାଲୱେର୍ ପରି ବ୍ୟକ୍ତିଗତ ସୂଚନା ଚୋରି କରିବା ସହିତ ଏରବିୟମ୍ ମାଲୱେର୍ ଗୁଗୁଲ୍ କ୍ରୋମ୍, ମାଇକ୍ରୋସଫ୍ଟ ଏଡଜ୍ ଏବଂ ମୋଜିଲା ଫାୟାରଫକ୍ସ ପରି ୱେବ୍ ବ୍ରାଉଜରରେ ସଂରକ୍ଷିତ ଉପଭୋକ୍ତା ତଥ୍ୟକୁ ରିଟ୍ରାଇଭ କରିବା ଉପରେ ଫୋକସ କରିଥାଏ। ଏହି ମାଲୱେର୍ ପାସୱାର୍ଡ, କୁକିଜ୍, ଅଟୋଫିଲ୍ ସୂଚନା ଏବଂ କ୍ରେଡିଟ୍ କାର୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଚୋରି କରେ। ଏହା ବ୍ୟତୀତ ଏହା ବ୍ରାଉଜର୍ ଏକ୍ସଟେନ୍ସନ୍ ଭାବରେ ଇନଷ୍ଟଲ କରିବା ଆଳରେ କ୍ରିପ୍ଟୋକରେନ୍ସି ୱାଲେଟରୁ ତଥ୍ୟ ଚୋରି କରେ।

Leave A Reply

Your email address will not be published.