Latest Odisha News

BREAKING NEWS

ସୂର୍ଯ୍ୟକୁମାରଙ୍କୁ ନେଇ ୧୦ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା

ମୁମ୍ୱାଇ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି-ଟ୍ୱେଣ୍ଟିରେ ଧୂଆଁଧାର ଅର୍ଦ୍ଧଶତକ ମାରି ଟିମ୍ ଇଣ୍ଡିଆକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନେଇଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଡେବ୍ୟୁ ଇନିଂସରେ ଅର୍ଦ୍ଧଶତକ ମାରି ଚୟନ କମିଟିର ଭରସା ଜିତିଛନ୍ତି । କିନ୍ତୁ ୧୦ ବର୍ଷ ତଳେ ସୂର୍ଯ୍ୟକୁମାରଙ୍କୁ ନେଇ ଏମିତି କିଛି ଭବିଷ୍ୟବାଣୀ କରିଥିଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା ।
୨୦୧୧ ମସିହା ଡିସେମ୍ୱର ୧୦ ତାରିଖରେ ସେ ଗୋଟିଏ ଟ୍ୱିଟ୍ କରିଥିଲେ । ଚେନ୍ନାଇରେ ବିସିସିଆଇ ଆଓ୍ୱାର୍ଡ ପରେ କରିଥିବା ଟ୍ୱିଟରେ ରୋହିତ ଲେଖିଥିଲେ, କିଛି ଭଲ କ୍ରିକେଟର ଆସୁଛନ୍ତି । ଭବିଷ୍ୟତରେ ମୁମ୍ୱାଇର କ୍ରିକେଟ ତାରକା ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ନଜର ରଖିବାକୁ ପଡ଼ିବ ।

ଗତକାଲି ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟିରେ ୩୧ରନରୁ ୫୭ ରନ୍ ହାସଲ କରିଥିଲେ ସୂର୍ଯ୍ୟକୁମାର ଯାଦବ । ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା । ଡେବ୍ୟୁ ଇନିଂସରେ ଅର୍ଦ୍ଧଶତକ ମାରିବାରେ ପଞ୍ଚମ ଭାରତୀୟ କ୍ରିକେଟର ହୋଇଛନ୍ତି ସୂର୍ଯ୍ୟକୁମାର । ପୂର୍ବରୁ ରୋହିତ ଶର୍ମା, ଆଜିଙ୍କ୍ୟ ରାହାଣେ, ରବିନ ଉଥାପା ଓ ଇଶାନ କିଷାନ ଏହି ସଫଳତା ହାସଲ କରିଥିଲେ ।

ମୁମ୍ୱାଇ ପକ୍ଷରୁ ଘରୋଇ ଓ ମୁମ୍ୱାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରି ଚାଲିଛନ୍ତି ସୂର୍ଯ୍ୟକୁମାର ଯାଦବ । ଗତ ଆଇପିଏଲରେ ସେ ୧୫ ମ୍ୟାଚରୁ ହାସଲ କରିଥିଲେ ୪୮୦ ରନ୍ । ମୁମ୍ୱାଇ ଇଣ୍ଡିଆନନ୍ସ ଚାମ୍ପିଅନ୍ କରାଇବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା ।

Leave A Reply

Your email address will not be published.