Latest Odisha News

BREAKING NEWS

ପିଡିତା ଓ ଦୁଷ୍କର୍ମକାରୀଙ୍କ ମଧ୍ୟରେ ମଧ୍ୟସ୍ଥି କରିବେନି ବିଚାରପତି: ସୁପ୍ରିମର୍କୋଟ

ନୂଆଦିଲ୍ଲୀ: ଦୁଷ୍କର୍ମ ତଥା ଯୌନ ଶୋଷଣ ମାମଲାର ବିଚାର କରି ସୁପ୍ରିମକୋର୍ଟ ଗୁରୁବାର ଦିନ ଏକ ଗାଇଡଲାଇନ୍ ଜାରି କରିଛନ୍ତି । ସୁପ୍ରିମର୍କୋଟଙ୍କ ସୂଚନା ଅନୁଯାୟୀ ଯୌନ ନିର୍ଯ୍ୟାତନା ମାମଲାରେ ଜାମିନ ସର୍ତ୍ତାବଳୀରେ ଅଭିଯୁକ୍ତ ଓ ପିଡିତାଙ୍କ ମଧ୍ୟରେ କୌଣସି ଯୋଗାଯୋଗ ଭଳି ସମ୍ପର୍କକୁ ଅନୁମତି ମିଳିବା ଉଚିତ୍ ନୁହେଁ ।

ସେହିପରି ଯେଉଁ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯିବ ସେନେଇ ଅଭିଯୋଗକାରୀ ପିଡିତାଙ୍କୁ ଅବଗତ କରାଯିବ । ଏମିତିକି ଜାମିନ ରାୟର ନକଲ ଦୁଇ ଦିନ ମଧ୍ୟରେ ତାଙ୍କୁ ପ୍ରଦାନ କରାଯିବ ।

ଅପରପକ୍ଷେ ଯୌନ ନିଯ୍ୟାତନା ମାମଲାର ବିଚାର ବେଳେ ବିଚାରପତି ମାନେ କୌଣସି ପ୍ରକାର ଆପୋସ ବୁଝାମଣା କରିପାରିବେ ନାହିଁ । ଯେପରିକି ବିବାହ କରିବା ଲାଗି ପ୍ରୋତ୍ସାହନ ଦେବେ ନାହିଁ କିମ୍ବା ଏଭଳି ବୁଝାମଣା ନେଇ ମଧ୍ୟସ୍ଥତା ମଧ୍ୟ କରିପାରିବେ ନାହିଁ । ବିଚାର ପତି ମାନେ ମାମଲାର ଶୁଣାଣି ସମୟରେ ସମ୍ବେଦନଶୀଳ ରହିବା ଜରୁରୀ ।

Leave A Reply

Your email address will not be published.